କରିନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି, ପୁତ୍ର ସନ୍ତାନ ଜନ୍ମ ଦେଲେ ବେବୋ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରିନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଲା ନୂଆ ଅତିଥି। ପୁଣି ପୁତ୍ର ସନ୍ତାନର ଜନନୀ ହେଲେ କରିନା ।
କରିନା ଓ ସୈଫ ଉଭୟ ଗତବର୍ଷ ଅଗଷ୍ଟରେ ଦ୍ୱିତୀୟ ସନ୍ତାନ ନେଇ ଘୋଷଣା କରିଥିଲେ । ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରିହେଉ ନାହିଁ ବୋଲି କହିଥିଲେ କରିନା। ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି । ଗତ କିଛି ଦିନ ତଳେ କରିନା ଜିନ୍ସ ଓ ଟି ସାର୍ଟରେ ନଜର ଆସିଥିଲେ। ପୂର୍ବଥର ଭଳି ଗର୍ଭବତୀ ଥିବା ବେଳେ ମଧ୍ୟ କରିନା କାମ କରିବା ଜାରି ରଖିଥିଲେ ।ସେ କେବେବି କାମ କରିବା ପାଇଁ ଥକିବେ ନାହିଁ ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ । ଏପରିକି କାମ କରିବା ଦ୍ୱାରା ପେଟରେ ବଢୁଥିବା ଶିଶୁଟି ସୁସ୍ଥ ରହିଥାଏ ବୋଲି ଯୁକ୍ତି ବାଢିଥିଲେ କରିନା କପୁର ।

Leave a comment