କଟକରେ ୭୧ ମେଢରେ ପୂଜା ପାଇବେ ମା’ କାଳୀ, ସହରରେ ମୁତୟନ ହେବେ ୧୮ପ୍ଲାଟୁନ ପୋଲିସ ଫୋର୍ସ

କଟକ ସହରରେ କାଳୀ ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସହରରେ ଏଥର ମୋଟ ୭୧ ମେଢ ପୂଜା ପାଇବେ। ୬ ତାରିଖରେ ମା କାଳୀଙ୍କର ଭଷାଣ ହେବ। ସହରରେ କାଳୀ ପୂଜା ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୧୦୪ ଅଫିସର, ୧୭୧ ଏପିଆର, ୧୨୦ ହୋମଗାର୍ଡ ନିୟୋଜିତ ହେବେ । ୧୪ଏଡ୍ ପୋଷ୍ଟ ରହିବ। ଏଥର କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ରୀନ୍ କ୍ରାକର ଫୁଟାଇ ପାରିବେ ସହରବାସୀ । ରାତି ୮ରୁ ୧୦ ବାଣ ଫୁଟାଇବେ। ବେଆଇନ ବାଣ ଫୁଟା ରୋକିବାକୁ ୪ ସ୍ଥାନରେ ଚଡାଉ ହୋଇଛି ବୋଲି କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ।