କଦଳୀ ଫୁଲ ବରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆବଶ୍ଯକ ସାମଗ୍ରୀ: କଦଳୀ ଫୁଲ, ଚଣା ଡାଲି, ତେଲ, ଧନିଆପତ୍ର, ପିଆଜ, କଞ୍ଚାଲଙ୍କା, ଶୁଖିଲା ଲଙ୍କା, ଭ୍ସଙ୍ଗ ପତ୍ର, ଲୁଣ, ରସୁଣ, ଜୀରା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ରାଉଣ୍ଡରରେ ଚଣାଡାଲି ଏବଂ ଶୁଖିଲା ଲଙ୍କା, ରସୁଣ ପକାଇ ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏବେ କଦଳୀ ଫୁଲକୁ ଭଲଭାବେ ବାଛି ଛୋଟ ଛୋଟ କରି କାଟିଦିଅନ୍ତୁ। ଏବେ ଗୋଟେ ବଡ ପାତ୍ର ନିଅନ୍ତୁ, ସେଥିରେ ଗ୍ରାଇଣ୍ଡିଂ କରିଥିବା ମିଶ୍ରଣ ଏବଂ କଦଳୀ ଫୁଲ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣରେ ଏବେ କଟା ହୋଇଥିବା ପିଆଜ, କଞ୍ଚାଲଙ୍କା, ଭ୍ସଙ୍ଗ ପତ୍ର, ଜୀରା, ଧନିଆପତ୍ର ଏବଂ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ବରା ଆକାରର କରି ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଦଳୀ ଫୁଲ ବରା। ଏହହାକୁ ଆପଣ ସନ୍ଧ୍ଯାରେ ଘରେ ବସି ସସ୍ ସହିତ ଖାଆନ୍ତୁ।