ସୌରମଣ୍ଡଳରେ ଅବିକଳ ବୃହସ୍ପତି ଗ୍ରହ ଠାବ
ଲଣ୍ଡନ : ମହାକାଶ ବିଜ୍ଞାନୀମାନେ ସୌରମଣ୍ଡଳରେ ବୃହସ୍ପତିର ଅବିକଳ ନକଲ ସଦୃଶ ଅନ୍ୟ ଏକ ଗ୍ରହକୁ ଠାବ କରିଛନ୍ତି । ପୃଥିବୀଠାରୁ ଏହା ୧୭,୦୦୦ ଆଲୋକ ବର୍ଷ ଦୂରରେ ରହିଥିବା ଜଣାପଡିଛି । ବୃହସ୍ପତି ଭଳି ଏହି ଗ୍ରହର ଓଜନ ମଧ୍ୟ ସମାନ ।
ପୁନଶ୍ଚ ବୃହସ୍ପତି ଭଳି ନୂତନ ଗ୍ରହଟି ମଧ୍ୟ ସୂର୍ଯ୍ୟଠାରୁ ସମାନ ଦୂରତାରେ ଥିବା ଜଣାପଡିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର କେପ୍ଲର ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମହାକାଶ ବିଜ୍ଞାନୀମାନେ ୨୦୧୬ରେ ପ୍ରଥମେ ଏହି ନୂତନ ଗ୍ରହର ସନ୍ଧାନ ପାଇଥିଲେ ।