ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଯୁଦ୍ଧର ରୂପଆରମ୍ଭ ହେଲା ଯୁଦ୍ଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରମ୍ଭ ହେଲା ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଯୁଦ୍ଧର ରୂପ ନେଇ ସାରିଛି । ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ସେନା ଅପରେସନ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।

ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଋଷ ପୂର୍ବ ୟୁକ୍ରେନରେ ସାମରିକ ଅପରେସନ କରିବ । ଏହା ସହ ପୁଟିନ୍ ଚେତାବନୀ ଦେଇଛନ୍ତି ଯେ ଋଷର କାର୍ଯ୍ୟରେ ଯେକୌଣସି ଦେଶ ହସ୍ତକ୍ଷେପ କରିବେ ତାହାଲେ ତାହାର ପରିଣାମ ଭୟଙ୍କର ହେବ । ଏହା ସହ ପୁଟିନ୍ ୟୁକ୍ରେନ ସେନାଙ୍କୁ ଆତ୍ମସମର୍ପଣ କରି ଘରକୁ ଯିବାକୁ ଆହ୍ୱାନ କରିଛନ୍ତି ।

Leave a comment