ତହସିଲଦାରଙ୍କ ଦାଦାଗିରି : ବୃଦ୍ଧଙ୍କୁ ମାରିଲେ, ମାପଯନ୍ତ୍ର ଛଡାଇନେଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତହସିଲଦାରଙ୍କ ଦବଙ୍ଗଗିରି। ବୃଦ୍ଧ ତରଭୁଜ ବିକାଳିଙ୍କୁ ମାରିଲେ ମାଡ଼। କୋଭିଡ ନିୟମ ଆଳରେ ଅନେକ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ହେଉଥିବା ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ଏଭଳି ଆଉ ଏକ ଚିତ୍ର ଆସିଛି ଝାରସୁଗୁଡା ସହରରୁ।
ସୂଚନାଯୋଗ୍ୟ, ସ୍ଥାନୀୟ ବମ୍ବେ ଛକରେ ଝାରସୁଗୁଡା ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡିରେ ମାଡ ମାରୁଥିବା ଭିଡିଓ ଭାଇରଲ ହେଉଛି। ଏହାପରେ ବୁଢା ତରଭୁଜ ବିକାଳି ଜଣକ ଗଣମାଧ୍ୟମ ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଦାଦାଗିରି ବାବଦରେ ମୁହଁ ଖୋଲିଛନ୍ତି। ଅଭିଯୋଗ ମୁତାବକ ସେ ଆଜି ପୂର୍ବାହ୍ଣ ୧୧ଟାରେ ତରଭୁଜ ଦୋକାନ ବନ୍ଦ କରୁଥିବାବେଳେ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ପହଁଚି ତାଙ୍କୁ ଗାଳି କରିବାସହ ତାଙ୍କ ବଟକରା ଓ ମାପଯନ୍ତ୍ର ଜବତ କରୁଥିଲେ। ବୁଢା ତରଭୁଜ ଦୋକାନୀ ଜଣକ ଏହାକୁ ବିରୋଧ କରିବାପରେ ଅତିରିକ୍ତ ତହସିଲଦାର ତାଙ୍କୁ ୧୦ରୁ୧୨ ଥର ବାଡ଼ିରେ ମାରିଥିବା ସେ ଅଭିଯୋଗ କରିଛନ୍ତି ।