ଭାରତକୁ ନେଇ ଆମେରକା ରାଷ୍ଟ୍ରପତି ବାଇଡେନ ଏପରି କହିଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକାର ନୂଆ ସରକାରଙ୍କ ତରଫରୁ ଏମିତି ଏକ ବୟାନ ଆସିଛି ଯାହାକି ଭାରତ ବିରୋଧୀ ଚୀନ ଓ ପାକିସ୍ତାନର ଚିନ୍ତା ବଢ଼ାଇ ଦେବ। ଭାରତକୁ ଏକ ପ୍ରମୁଖ ସହଯୋଗୀ ଦର୍ଶାଇ ଆମେରିକା କହିଛି ଯେ, ଉଭୟ ଦେଶ ମଧ୍ୟରେ ରହିଥିବା ସମ୍ପର୍କ ଦୃଢ଼ତାର ସହ ଆଗକୁ ବଢ଼ିବ। ଚୀନ ଓ ତା’ ବନ୍ଧୁ ରାଷ୍ଟ୍ର ପାକିସ୍ତାନ ଭାବୁଥିଲା କି ଟ୍ରମ୍ପଙ୍କ ବିଦାୟ ପରେ ଭାରତ ଓ ଆମେରିକା ସମ୍ପର୍କ ପ୍ରଭାବିତ ହେବ ଯାହାର ଲାଭ କୌଣସି ନା କୌଣସି ରୂପେ ସେମାନଙ୍କୁ ମିଳିବ। କିନ୍ତୁ ଏବେ ସ୍ପଷ୍ଟ ହୋଇଯାଇଛି ଯେ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଭାରତ ସହ ସମ୍ପର୍କକୁ ଏକ ନୂଆ ସ୍ତରକୁ ପହଞ୍ଚାଇବେ।
ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ଜାକୀ କହିଛନ୍ତି ଯେ, ଆମେରିକାର ୪୬ତମ ରାଷ୍ଟ୍ରପତି ରୂପେ ଶପଥ ନେବାକୁ ଯାଉଥିବା ଜୋ ବାଇଡେନ ଭାରତ ଓ ଆମେରିକା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ବନ୍ଧକୁ ସମ୍ମାନ କରନ୍ତି। ରାଷ୍ଟ୍ରପତି ବାଇଡେନ ବହୁବାର ଭାରତ ଗସ୍ତ କରିଛନ୍ତି।