ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଓଡ଼ିଶାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ସାଂସଦ ଥିଲେ ଜୟନ୍ତୀ ପଟ୍ଟନାୟକ । ଏଥିସହ ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା ମଧ୍ୟ ଥିଲେ ଜୟନ୍ତୀ।
ସେ ଏକାଧାରରେ ଜଣେ ରାଜନେତ୍ରୀ ସହ ଜଣେ ସାହିତ୍ୟିକା, ଅନୁବାଦିକା ଓ ସାହିତ୍ୟ ସଂଗଠିକା ମଧ୍ୟ ଥିଲେ। ୧୯୮୧ରେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ ଜୟନ୍ତୀ । କେବଳ ଏତିକି ନୁହେଁ ସେ ଜଣେ ସମାଜସେବିକା ଓ ବକ୍ତାଭାବେ ମଧ୍ୟ ସୁପରିଚିତ ଥିଲେ। ପ୍ରତିଷ୍ଠିତ ପୌରୁଷ ପତ୍ରିକାର ସମ୍ପାଦନା କରୁଥିଲେ ଜୟନ୍ତୀ ।