ବିରୋଧୀ ଦଳର ନେତା ଚୟନ ନେଇ ଜୟନରାୟଣ ଖାପ୍ପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ନିର୍ବାଚନରେ ରାଜ୍ୟରେ ବିରୋଧୀ ଦଳ ଭାବେ ବିଜେପି ଉଭା ହୋଇଛି । ମାତ୍ର ବିରୋଧୀ ଦଳ ନେତା ଚୟନକୁ ନେଇ ଆରମ୍ଭ ହୋଇଛି ବୋଦ୍ରୋହ । କାହିଁକିନା ବିରୋଧୀ ଦଳର ନେତା ଚୟନରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଜୟନାରାୟଣ ଅଭିଯୋଗ ଆଣିଛନ୍ତି ।

ଜୟନାରାୟଣ ଅଭିଯୋଗ ମୁତାବକ, ଚଳିତ ନିର୍ବାଚନ ଫଳାଫଳ ଆସିବା ପରେ ଜୟନାରାୟଣ ବିରୋଧୀ ଦଳର ନେତା ହେବେବୋଲି ଚର୍ଚ୍ଚା ଜୋର ଧରିଥିଲା । ଗତ ୨୩ତାରିଖରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସରୋଜା ପାଣ୍ଡେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀଙ୍କ ଉପସ୍ଥିତିରେ ବିରୋଧୀ ଦଳର ନେତା ଚୟନ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିଥିଲା । ଏହି ବୈଠକରେ କୌଣସି ନିଷ୍କର୍ଷ ନବହାରିବାରୁ ଏହାର ଦାୟିତ୍ୱ ଅମିତ ଶାହାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଦିଲ୍ଲୀରୁ ଯାହା ନିଷ୍ପତ୍ତି ଆସିଲା ତାହା ଅନେକଙ୍କୁ ଚକିତ କରିବା ସହ ଜୟନାରାୟଣଙ୍କୁ କ୍ଷୁବ୍ଧ କରିଥିଲା । ଜୟନାରାୟଣ ସେତେବେଳେ ଦଳୀୟ ନିଷ୍ପତ୍ତିକୁ ସଂମ୍ମତି ଜଣାଇଥିଲେ ମଧ୍ୟ ବିରୋଧୀ ଦଳର ନୂତନ ନେତା ପ୍ରଦୀପ୍ତ ନାଏକଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ । ଯାହାକି ଏବେ ଉଗ୍ରରୂପ ନେଇଛି । ଜୟନାରାୟଣ ଦୀର୍ଘ୧୭ ଦିନ ପରେ ନିଜ ମୁହଁ ଖୋଲିବା ସହ ପ୍ରଦୀପ୍ତଙ୍କୁ ବିରୋଧୀ ଦଳର ନେତା ଚୟନ କରିବା ପଛରେ କାହା ହାତ ଅଛି ବୋଲି ପ୍ରଶ୍ନ କରିଛନ୍ତି । ଅଶ୍ୱିନୀଙ୍କୁ ରାଜ୍ୟସଭା ପଠାଇବାକୁ ବିଜେଡିର ସମର୍ଥନ ଓ ବିରୋଧୀ ଦଳ ନେତା ଚୟନ ମଧ୍ୟରେ କୌଣସି ଡିଲ ହୋଇଥିବା ଶ୍ରୀ ମିଶ୍ର ଆଶଙ୍କା କରିଛନ୍ତି । ଯାହାକି କଂଗ୍ରେସ ବିଧାନସଭାରେ ଉଠାଇଥିବା ପ୍ରଶ୍ନକୁ ଖୋରାକ ଯୋଗାଇଛି ।

ଅପରପକ୍ଷରେ ଜୟନାରାୟଣଙ୍କ ଆଟାକର ଉତ୍ତର ରଖିଛନ୍ତି ପ୍ରଦୀପ୍ତ । ଜୟଙ୍କ କ୍ଷୋଭ ପ୍ରକାଶ କରିବା ଉଚିତ ନୁହେଁ ବୋଲି ପ୍ରଦୀପ୍ତ କହିଛନ୍ତି । ସେହିପରି ବିଧାୟକଙ୍କ ସମର୍ଥନ ପ୍ରସଙ୍ଗରେ ଓଲଟା ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ, ସବୁ ବିଧାୟକ କଣ ତାଙ୍କୁ ଚାହୁଁଥିଲେ, ମୋତେ ବି କିଛି ଚାହୁଁଥିଲେ । ନେତା ଚୟନରେ କୌଣସି ଫିକ୍ସିଂ ହୋଇନାହିଁ । ବିରୋଧୀ ଦଳ ନେତା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦାୟିତ୍ୱ ଦିଆଗଲା ଆଉ ସବୁ ବିଧାୟକ ଏଥିରେ ସହମତି ବି ପ୍ରକାଶ କଲେ ତେଣୁ କ୍ଷୋଭ କରିବାର ଅବକାଶ ନାହିଁ ବୋଲି କହି ପ୍ରଦୀପ୍ତ ଜୟନାରାୟଣଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ଦେଖିବାକୁ ବାକିରହିଲା ବିଜେପି ଦଳର ଏହି ଅସନ୍ତୋଷ ଆଗକୁ କେଉଁ ରୁପନେଉଛି ।

Leave a comment