ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘର ପ୍ରଶଂସା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ପ୍ରଶଂସା କରିଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି । ଜାତିସଂଘ ମୁଖ୍ୟ ମାମି ମିଜୁଟୋରି କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ବିପଦକୁ ବୁଝି ସାମ୍ନା କରିବାକୁ କିଭଳି ଦୃଢ ପଦକ୍ଷେପ ନିଆଯିବ, ପୂର୍ବରୁ କିଭଳି ପ୍ରସ୍ତୁତି ଉପରେ ଅଧିକ ଗୁରୁତ୍ବ ଦିଆଯିବ ସେ ଦିଗରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ।
ସେ କହିଛନ୍ତି , ମୁଖ୍ୟମନ୍ତ୍ରୀ ନବୀନ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକ ରାଜନୈତିକ ପ୍ରତିବଦ୍ଧତା ପ୍ରଦାନ କରିଛି। ୧୯୯୯ ମହାବାତ୍ୟାରେ ଓଡିଶା ଉପକୂଳରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଏହା କେବେ ପୁନରାବୃତ୍ତି ହୋଇନାହିଁ । ୨୦୧୩ ମସିହାରେ ଫାଇଲିନ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳନାକୁ UNDRR ପ୍ରଶଂସା କରିଥିଲା । ଗତ ସପ୍ତାହରେ ବାତ୍ୟା ୟାସ୍ ସମୟରେ ଓଡିଶାର ୭ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲା।