ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବ୍ରହ୍ମଗିରି ବିଜୁ ଜନତା ଦଳ ପକ୍ଷରୁ ‘ଜନସମ୍ପର୍କ ପଦଯାତ୍ରା’ର ଶୁଭାରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବ୍ରହ୍ମଗିରି ବିଜୁ ଜନତା ଦଳ ପକ୍ଷରୁକୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଠାରେ ଆଜି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ବରେ ‘ଜନସମ୍ପର୍କ ପଦଯାତ୍ରା’ ଶୁଭାରମ୍ଭ ହୋଇଯାଇଅଛି। ଏହି ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହା ପରେ ଏକ ସାଧାରଣ ସଭା କରାଯାଇଥିଲା। ଏହି ସଭାରେ ଶ୍ରୀ ଦାସବର୍ମା ଅଭିଭାଷଣ ଦେଇ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ ଯୋଜନାକୁ ପ୍ରତେକ ଲୋକଙ୍କ ପାଖରେ ପହଞ୍ଚାଇବା, ସ୍ଵାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସ୍ମରଣ କରିବା ସହିତ ନିରନ୍ତର ଭାବେ ସମର୍ପିତ ଓ ଉତ୍ସର୍ଗୀକୃତ ସେବା ମନୋଭାବ ରଖି କାର୍ଯ୍ୟ ଜାରି ରଖିବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ, କୃଷ୍ଣପ୍ରସାଦ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ପ୍ରତିମା ଜେନା, ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷ ଶକୁନ୍ତଳା ଗଡ଼ୁ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ସନ୍ଦିପ କୁମାର ଜେନା, ବିଜୁ ଜନତା ଦଳ ବରିଷ୍ଠ ନେତା ଭଗବାନ ନାୟକ, ରମେଶ ପଲେଇ, ପ୍ରଫୁଲ୍ଲ ଜେନା, ବାଳକୃଷ୍ଣ ପେଣ୍ଠେଇ, ଭାଗିରଥି ବଡ଼ଜେନା, ଯୁବ ଓ ଛାତ୍ର ଏବଂ ମହିଳା ଜନତା ଦଳର ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment