ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜନ ସମ୍ପର୍କ ପଦଯାତ୍ରା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ୧୧ ପଞ୍ଚାୟତ ତରଫରୁ ଏକ ବିଶାଳ ‘ଜନ ସମ୍ପର୍କ ପଦଯାତ୍ରା’ ଅନୁଷ୍ଠିତ ହୋଇଯାଇଅଛି। ସଦର ବ୍ଲକର ନରସିଂହପୁର ପଞ୍ଚାୟତ ଠାରୁ ପଦଯାତ୍ରା ଆରମ୍ଭ ହୋଇ ପ୍ରାୟ ୫ କିଲୋମିଟର ଅତିକ୍ରମ କରି ପ୍ରତାପ ରାମଚନ୍ଦ୍ର ପୁରର ମାଳସାହି ମେଳଣ ପଡ଼ିଆ ଠାରେ ପହଞ୍ଚିବାପରେ ସେଠାରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ୭ହଜାରୁ ଉର୍ଦ୍ଧ ମହିଳାଙ୍କ ସମାଗମ ହୋଇଥିଲା। ପୁରୀ ସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ଦିବାକର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ସଧାରଣ ସମ୍ପାଦକ ମୁଖ୍ୟାଳୟ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି ପୁରୀ ସଦର ୧୧ ପଞ୍ଚାୟତରେ ହୋଇଥିବା ଭାଇଲପୁର ଠାରେ ଶିଳ୍ପତାଲିମ କେନ୍ଦ୍ର, ଶିରୁଳି ଠାରେ ଦକ୍ଷତା ତାଲିମ କେନ୍ଦ୍ର, ମାଳସାହି ଠାରେ ବିଜୁ ସେତୁ, ଭାର୍ଗବୀ ନଦୀ ଉପରେ ଜଳସମ୍ପଦ ବିଭାଗ ଦ୍ବାରା ମାଳିସାହି ସେତୁ, ଶିରୁଳି ଠାରେ ବିଜୁ ସେତୁ, ଶିରୁଳି ଠାରେ ଅଞ୍ଜନା ପୁଷ୍କରିଣୀର ପୂର୍ଣ୍ଣର ଉଦ୍ଧାର, ବାସୁଦେବ ପୁର ଠାରେ ୩୩କେଭି ଇଲୋକ୍ଟ୍ରି ଗ୍ରୀଡ୍ ସବ୍ଷ୍ଟେସନ୍, ଭାର୍ଗବୀ ନଦୀ ଉପରେ ଗୋକୁଳପୁର ସେତୁ, ନରସିଂହପୁର ଠାରୁ ଶିରୁଳି ଏବଂ ଦୋବନ୍ଧା ଠାରୁ କଳ୍ପନା ଛକ ପଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ଵାରା ରାସ୍ତାର ପ୍ରଶସ୍ତିକରଣ ଓ ପୂର୍ଣ୍ଣର ଉଦ୍ଧାର, ରତ୍ନଚିରା ନଦୀର ଖନନ ଓ ଗୈାଉଡିକେରା ପଞ୍ଚାୟତ ଖଣ୍ଡିହର ଠାରେ ୬କୋଟି ଟଙ୍କା ବ୍ୟୟ ବରାଦରେ ନୂତନ ବ୍ରିଜ ନିର୍ମାଣ ପାଇଁ ଅନୁମୋଦିତ ହେଇଛି ଏବଂ ବସୁଧା ଯୋଜନାରେ ସଦର ୧୧ ଗୋଟି ପଞ୍ଚାୟତରେ ବୃହତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୧୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ଦଳର କର୍ମୀ ଓ ସ୍ଥାନୀୟ ନେତୃବୃନ୍ଦଙ୍କୁ ଶ୍ରୀ ଦାସବର୍ମା ଆହ୍ୱାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ସାଂସଦଙ୍କ ପ୍ରତିନିଧ, ଯୁଧିଷ୍ଠିର ନାୟକ, ପୁରୀ ଜିଲ୍ଲା ବିଜୁ ଜନତା ଦଳର ସଧାରଣ ସମ୍ପାଦକ କାର୍ତ୍ତବିର୍ଯ୍ୟ ସ୍ଵାଇଁ, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଉପାଧ୍ୟକ୍ଷ ରିତାଞ୍ଜଳି ରାଉତରାୟ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ବରିଷ୍ଟ ଆଇନଜୀବୀ ଲାଲା ଷଡ଼ଙ୍ଗୀ, ଜିଲ୍ଲା ପରିଷଦ ସଦସ୍ୟା ମୋନାଲି ମିଶ୍ର, ଜମ୍ବେଶ୍ଵର ସାହୁ, ସନ୍ଦିପ କୁମାର ଜେନା, ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, ପୂର୍ବତନ ସରପଞ୍ଚ ଶ୍ରୀ ପ୍ରକାଶ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ରାଉତ, ଜ୍ଞାନ ଚନ୍ଦ୍ର ପ୍ରଧାନ, ଗୈାଡକେରା ପଞ୍ଚାୟତ ସରପଞ୍ଚ ରମେଶ ପ୍ରଧାନ, ହନ୍ତୁକ ସରପଞ୍ଚ କନକଲତା ପତି, ପ୍ରତାପ ରାମଚନ୍ଦ୍ର ପୁର ସରପଞ୍ଚ ଦେବପ୍ରୀୟ ଦାସ , ସମିତି ସଭ୍ୟାଙ୍କ ପ୍ରତିନିଧି ଆଲୋକ କୁମାର ମିଶ୍ର, ପୁରୀ ସଦର ବ୍ଲକର ନବନିର୍ବାଚିତ ଜନପ୍ରତିନିଧି, ବ୍ରହ୍ମଗିରିର ଯୁବ ନେତା ଗୋବିନ୍ଦ ସାମନ୍ତସିଂହାର, ବିଜୟ ଦଳାଇ ବରିଷ୍ଠ ନେତୃବୃନ୍ଦ, ମହିଳା ନେତ୍ରୀ, ଦଳୀୟ ପଦାଧିକାରୀ, କର୍ମୀ ତଥା ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।

Leave a comment