ଭାରତୀୟ ସେନାର ସଫଳତା; ୩ ଆତଙ୍କବାଦୀ ନିପାତ

0

ଜାମ୍ମୁ-କାଶ୍ମୀରରେ ଆକ୍ସନ ମୁଡ଼ରେ ସୁରକ୍ଷାବଳ । କାଶ୍ମୀର ପଣ୍ଡିତଙ୍କ ହତ୍ୟାର ବଦ୍‌ଲା ନେଲା ସେନା । ସୋପିଆନରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ଭାରତୀୟ ସେନା । ଏମାନେ ଲସ୍କର-ଏ-ତୈବାର ଆତଙ୍କବାଦୀ ସଂଗଠନର ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ ଜାମ୍ମୁ-କାଶ୍ମୀରର ସୋପିଆନ୍ ସେକ୍ଟରେ ଏନକାଉଣ୍ଟ ହୋଇଛି । ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ କରିଥିଲା ସେନା । ସେନାକୁ ଦେଖି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ସୁରକ୍ଷାବଳର ପାଲଟା ଆକ୍ରମଣରେ ୩ଜଣ ଆତଙ୍କୀ ଟଳିପଡ଼ିଛନ୍ତି । ସୁରକ୍ଷାବଳ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି । ଯବାନଙ୍କ ଗୁଳିରେ ଲସ୍କର-ଏ-ତୈବାର ୩ଜଣ ଆତଙ୍କ ମୃତ୍ୟୁ ହୋଇଛି ।

ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଛି । ଆତଙ୍କୀ ଲତିଫ୍ ଲୋନ୍ ସୋଫିଆନ୍ ଜିଲ୍ଲାର ବାସିନ୍ଦା । ସେ କାଶ୍ମିର ପଣ୍ଡିତ୍ ପୁରାଣ କୃଷ୍ଣ ଭଟ୍ଟ୍ ହତ୍ୟା ମାମଲାରେ ସାମିଲ ଥିଲା । ଅନ୍ୟଜଣେ ଅନନ୍ତନାଗର ଉମର ନାଜିର । ସେ ନେପାଳର ତେଲ ବାହାଦୁର ଥାପା ହତ୍ୟାରେ ସମ୍ପୃକ୍ତ ଥିଲା । ଆତଙ୍କବାଦୀଙ୍କ ପାଖରୁ ଗୋଟିଏ ଏକେ-୪୭ ରାଇଫଲ ଏବଂ ୨ଟି ପିସ୍ତଲ ଜବତ କରିଛି ସେନା । ସୁରକ୍ଷାବଳ ମୁଝା ମାର୍ଗକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।

Leave a comment