ଯାଜପୁର ଜିଲ୍ଲାରେ ୫ ବ୍ଲକ ପୁଣି ୫୪ ଘଣ୍ଟା ପାଇଁ ସଟ୍ଡାଉନ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଯାଜପୁର ଜିଲ୍ଲାରେ ପୁଣି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଜିଲ୍ଲାର ୫ଟି ବ୍ଲକରେ ପୁଣି ୫୪ ଘଣ୍ଟା ପାଇଁ ସଟ୍ଡାଉନ୍ ଜାରି କରା ଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଆଜି ସନ୍ଧ୍ୟାରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ଜିଲ୍ଲାରେ ଶତାଧିକ ପଶ୍ଚିମବଙ୍ଗ ଫେରନ୍ତା ଥିବାରୁ ଏପ୍ରିଲ ୨୭ ଦିନ ୧୨ଟା ଠାରୁ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬ଟା ଯାଏଁ ସଟ୍ଡାଉନ ଘୋଷଣା କରାଯାଇଛି। ଯାଜପୁର ବ୍ଲକ, ଦଶରଥପୁର ବ୍ଲକ, ଯାଜପୁର ପୌରପାଳିକା, ବରି ବ୍ଲକ, ବିଂଝାରପୁର ବ୍ଲକ ଓ କୋରେଇ ବ୍ଲକକୁ ଅବରୋଧ ଅଞ୍ଚଳ ବା ସଟ୍ଡାଉନ ପରିସରଭୁକ୍ତ ଅଞ୍ଚଳ ଭାବେ ଘୋଷଣା ହୋଇଛି । ଏହି ସବୁ ବ୍ଲକରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିବ ।