ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଜାଗ୍ରତି ଶୁକ୍ଳା.

0

ଓଡିଶା ଫାଷ୍ଟ : ପୁଣି ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ଜାଗ୍ରତି ଶୁକ୍ଳା. ଅଭିନେତା ଓ ସାସଂଦଙ୍କ ଅନୁଭବ ମହାନ୍ତିଙ୍କ ଘୋରାଇ କଳିକୁ ନେଇ ଅନୁଭବ ବନ୍ଧୁ ସାମ୍ବାଦିକା ଜାଗ୍ରତି ଶୁକ୍ଳା ନୂଆ ଫେସବୁକ ପୋଷ୍ଟକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି । ଅନୁଭବଙ୍କ ବାପାମାଆ ଦେଢ ବର୍ଷ ହେଲା ଭଡାଘରେ ରହୁଥିବା ବେଳେ ତାଙ୍କ ସାନ ଭାଇ ମଧ୍ୟ ନିଜ ପିଲା ଛୁଆଙ୍କ ସହ ଭଡାଘରେ ଅଛନ୍ତି । କିନ୍ତୁ କେବଳ ପତ୍ନୀ ବର୍ଷା ପୈତୃକ ଘରେ ଏକାକୀ ରହୁଥିବା ବେଳେ ପରିବାର ଲୋକେ କେମିତି ଅଛନ୍ତି ଏନେଇ କୌଣସି ମିଡିଆ ଏ ଯାଏଁ କାହିଁକି ପ୍ରଶ୍ନ କରୁନାହିଁ ବୋଲି ପଚାରିଛନ୍ତି ଜାଗ୍ରତି ଶୁକ୍ଳା ।
ସୂଚନାଥାଉ କି, ସାଂସଦ ଅନୁଭବଙ୍କ ପରିବାର ପୈତୃକ ଘରର ମରାମତି ପାଇଁ ଭଡା ଘରେ ରହୁଛନ୍ତି । ଏନେଇ ଅନୁଭବ ଥାନାରେ ଲିଖିତ ଆକାରରେ ଜଣାଇଥିଲେ । ମରାମତି ଯୋଗୁଁ ବର୍ଷା ମଧ୍ୟ ଘର ଛାଡନ୍ତୁ ବୋଲି ଥାନାରେ ମାମଲା ରୁଜୁ କରାଯାଇଛି । ହେଲେ ବର୍ଷା ପୈତୃକ ଘରେ ରହୁଛନ୍ତି ।
ଅଳ୍ପ ଦିନ ତଳେ ଜାଗ୍ରତିଙ୍କ ଆଉ ଏକ ଫେସବୁକ୍ ପୋଷ୍ଟକୁ ନେଇ ଖୁବ୍ ହଇଚଇ ସୃଷ୍ଟି ହୋଇଥିଲା । ସାଂସଦଙ୍କ ଏହି ବାନ୍ଧବୀ ପତ୍ନୀ ବର୍ଷାଙ୍କ ଉପରେ ବିବାହ ପ୍ରମାଣପତ୍ର, ପାସପୋର୍ଟ, ପ୍ୟାନକାର୍ଡ ଭଳି ବିଭିନ୍ନ ଡକ୍ୟୁମେଣ୍ଟରେ ଭିନ୍ନ ଭିନ୍ନ ନାଁ ରଖିବାକୁ ନେଇ ସମାଲୋଚନା କରିଥିଲେ । ଏହାକୁ ସେ ଠକାମୀ ବୋଲି କହିବା ସହ ତଦନ୍ତ ପରିସରଭୁକ୍ତ ହେବା ଉଚିତ୍ ନୁହେଁ କି ବୋଲି ପ୍ରଶ୍ନ କରିଥିଲେ ।

Leave a comment