କାଲିଠାରୁ ମିଳିବ ଜଗା ଦର୍ଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ତାଳମୁହାଁ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଫେବ୍ରୁଆରୀ ୧ତାରିଖରୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ନେଇ ସହମତି ପ୍ରକାଶ ପାଇଥିଲା । ତେବେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାଳିଆ ଦର୍ଶନ ନେଇ କୋଭିଡ଼ି ଗାଇଡ଼ ଲାଇନ ପ୍ରକାଶ ପାଇଛି । କୋଭିଡ଼ି ସଂକ୍ରମଣ ଯୋଗୁଁ ଜାନୁଆରୀ ୧୦ ତାରିଖରୁ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିଲା ଶ୍ରୀମନ୍ଦିର ।
ଏହି ଗାଇଡ଼ ଲାଇନ ଅନୁଯାୟୀ, ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ । ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରଦ୍ଧାଳୁମାନେ ସାଥିରେ ଆଧାର/ଭୋଟର କାର୍ଡ ଆଣି ଆସିବେ । ଆଧାର/ଭୋଟର କାର୍ଡ ସହିତ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ବି ଜରୁରୀ । ନଚେତ୍ ୯୬ ଘଣ୍ଟାର ମଧ୍ୟରେ ହୋଇଥିବା ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ । ସବୁ ଶ୍ରଦ୍ଧାଳୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତ୍ୱ ମାନିବା ବାଧ୍ୟତାମୂଳକ ।