ଆଶ୍ଚର୍ଯ୍ୟ ହେଲେ ବି ସତ, ସବୁଠି ଜାଲି ଠକ ଭର୍ତ୍ତି ; ରାଜ୍ୟପାଳଙ୍କ ଆଦେଶକୁ ଉପେକ୍ଷା

0

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା ଅଶୋକ କୁମାର ରଥ ୨୦୨୨ରେ ପି ଏଚ ଡ଼ି ଡିଗ୍ରୀ (ନିୟମିତ) ରେ ପ୍ରବେଶ (ପ୍ରବେଶ କ୍ରମିକ:PHDEE/21/0002) କରିଥିଲେ। କିନ୍ତୁ ଏହି ସମୟ ଅବଧିରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ରହି ମଧ୍ୟ ବେତନ ପ୍ରାପ୍ତ କରି ଆସୁଥିଲେ।
ଯାହାକି ସମ୍ପୂର୍ଣ ନିୟମ ବିରୁଦ୍ଧ।

ଯାହାକୁ ନେଇ ଶ୍ରୀ ବିକାଶ ପଧାନ ନାମକ ଜଣେ ଛାତ୍ର ଯାଚିକା ଦାୟର କରିଥିଲେ ଏବଂ ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଶ୍ରୀ ରଥଙ୍କ PHD ପ୍ରବେଶ ରଦ୍ଦ କରିବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ନିର୍ଦେଶ (ଚିଠି ନ: GOV-HE -UIV-0007/2022/6034/SG/(HE) Dated 17/08/2022 ) ଆସିଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାହାକୁ ଭୃକ୍ଷେପ ନକରି ବା ଅବମାନନା କରି ନିୟମିତ PHD ସମ୍ପୂର୍ଣ କରି ଡିଗ୍ରୀ ହାସଲ କରାଇବାରେ ସମର୍ଥ ହେଇଛନ୍ତି। ଯାହାକି ସରକାରୀ ନିୟମ କିମ୍ବା ରାଜ୍ୟର ସର୍ବୋଚ୍ଚ ପଦବୀ ପ୍ରତି ଏକ ଜଘନ୍ୟ ଅପରାଧ ଓ ଚାଲେଞ୍ଜ ସଦୃଶ। ଏହାକୁ ନେଇ ଓଡିଶାର ସମଗ୍ର ବିଶ୍ୱବିଦ୍ୟାଳୟରେ ଏକ ଚାପା ଗୁଞ୍ଜରଣ ସ୍ରୁଷ୍ଟି ହୋଇଛି ଓ ଆଗାମୀ ଦିନରେ ଏହି ଘଟଣାକୁ ନେଇ ଏକ ଆନ୍ଦୋଳନ ହେବା ପରି ଖବର ଆମ ପାଖରେ ହସ୍ତଗତ ହେଇଛି।

ଏପରି ହେବାରେ କାହାର ହାତ ଅଛି ଓ ଅଶୋକ ରଥ ପରି ଆହୁରି କେତେ ଜାଲି ସାର୍ଟିଫିକେଟ ଧାରୀ ଅଛନ୍ତି ତାର ଖୋଳ ତାଡ଼ ଆରମ୍ଭ ହେଇ ଯାଇଛି ବୋଲି ସୂତ୍ର ରୁ ପ୍ରକାଶ, କିନ୍ତୁ ଅଶୋକ ରଥ ଏବେ ବି ଚାକିରି ରେ କେମିତି ଅଛନ୍ତି ଓ କାହା ଛତ୍ର ଛାୟା ତଳେ କାୟା ବିସ୍ତାର କରି ଚାଲିଛନ୍ତି ତାହା ଆଗକୁ ତଦନ୍ତ ହେବ ନିଶ୍ଚୟ ! ଆଗାମୀ ସପ୍ତାହ ରେ ବିକାଶ ପଧାନ (ଯାଚିକା କର୍ତ୍ତା) ଭୁବନେଶ୍ୱର ରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ବିବରଣୀ ଦେବେ ବୋଲି ଆମ୍ଭ ପାଖରେ ଖବର ଅଛି।

Leave a comment