ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଗୁଳିମାଡ ପରେ ଇସଲାମାବାଦ ସମ୍ପୂର୍ଣ୍ଣ ସିଲ୍

0

ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ସିଲ୍ କରିଦିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ଲକଡାଉନ୍ ରହିବ ବୋଲି ଶାହବାଜ ସରିଫ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ଇସଲାମାବାଦରେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ । ତେବେ ଇମରାନଙ୍କୁ ଗୁଳିମାଡ଼ ପରେ ମାତିଛନ୍ତି ସମର୍ଥକ । ଇସଲାମାବାଦରେ ଉତ୍ତେଜନା ଦେଖି ଲକଡାଉନ୍ ଲାଗିଛି ।

ମଦ୍ରାସା, ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରିଦେଇଛି ପ୍ରଶାସନ । ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି । ସୂଚନା ମୁତାବକ, ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଉପରେ ଗତକାଲି ହୋଇଥିଲା ଗୁଳିମାଡ଼। ସରକାରରରେ ଥିବା ଶାହବାଜ ଶରିଫଙ୍କୁ ଶାସନରୁ ହଟାଇବା ପାଇଁ ଇମ୍ରାନ୍ ଆଜାଦୀ ଯାତ୍ରା କରୁଥିଲେ। ଏହାରି ମଧ୍ୟରେ ଇମ୍ରାନ୍ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ଏକେ-୪୭ରେ ଇମ୍ରାନ୍ ଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଖବର ମିଳିଛି । ତେବେ ଆକ୍ରମଣକାରୀକୁ ସ୍ଥାନୀୟ ପୋଲିସ ଗିରଫ କରିଛି। ପାକିସ୍ତାନ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଜଣକ ଇମ୍ରାନ୍ ଖାନଙ୍କ ହତ୍ୟା କରିବାକୁ ଆସିଥିଲା।

Leave a comment