ଆପଣଙ୍କ ପିଲା ଅଧିକ ଜଙ୍କଫୁଡ ଅଧିକ ଖାଉଛନ୍ତି କି ? ଏହି ଟିପ୍ସ ବ୍ୟବହାର କରି ଦୂର କରାନ୍ତୁ ଖରାପ ଅଭ୍ୟାସ

0

ଆଜିକାଲି ପିଲାଠୁ ବୁଢା ସଭିଏଁ ଜଙ୍କ୍ ଫୁଡ୍ ଖାଇବା ପାଇଁ ପାଗଳ । ଖାସ୍ କରି ଛୋଟ ପିଲାମାନେ ଏହି ଖାଦ୍ୟକୁ ଅଧିକ ମାତ୍ରାରେ ଖାଇବାକୁ ପସନ୍ଦ କରୁଛନ୍ତି। ପିଲାମାନଙ୍କୁ ଜଙ୍କ୍ ଫୁଡ୍ ଠାରୁ ଦୂରରେ ରଖିବା ପ୍ରତ୍ୟେକ ପିତାମାତାଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଜାଣନ୍ତୁ…

ଆଜିକାଲି ପିଲାଠୁ ବୁଢା ସଭିଏଁ ଜଙ୍କ୍ ଫୁଡ୍ ଖାଇବା ପାଇଁ ପାଗଳ । ଖାସ୍ କରି ଛୋଟ ପିଲାମାନେ ଏହି ଖାଦ୍ୟକୁ ଅଧିକ ମାତ୍ରାରେ ଖାଇବାକୁ ପସନ୍ଦ କରୁଛନ୍ତି। ପିଲାମାନଙ୍କୁ ଜଙ୍କ୍ ଫୁଡ୍ ଠାରୁ ଦୂରରେ ରଖିବା ପ୍ରତ୍ୟେକ ପିତାମାତାଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଜଙ୍କଫୁଡ୍ ଖାଇବା ଦ୍ବାରା ବହୁ ମାରାତ୍ମକ ରୋଗର ଶୀକାର ହେବାକୁ ପଡିଥାଏ । ଏପରିକି ଜୀବନ ମଧ୍ୟ ନେଇପାରେ ଏହି ସବୁ ଗମ୍ଭୀର ରୋଗ । ତେବେ, କିଭଳି ଭାବେ ଆପଣ ପିଲାମାନଙ୍କୁ ଜଙ୍କ୍ ଫୁଡ୍ ଠାରୁ ଦୂରେଇ ରଖିବେ ସେନେଇ ଆମେ ଆଜି ଚର୍ଚ୍ଚା କରିବା ।

ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ପ୍ରଥମ ଆଦର୍ଶ ଅଟନ୍ତି, ତେଣୁ ସେମାନେ ଯାହା କରୁଛନ୍ତି ତାହା ଅନୁସରଣ କରନ୍ତି । ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ପିଲା ସୁସ୍ଥ ଖାଆନ୍ତୁ, ତେବେ ଆପଣଙ୍କୁ ମଧ୍ୟ ଆପଣଙ୍କର ଜୀବନ ଶୈଳରେ ପରିବର୍ତ୍ତନ ଆଣିବାକୁ ପଡିବ । ଯଦି ଆପଣ ପ୍ରାୟତ ଜଙ୍କ୍ ଫୁଡ୍ ରେ ଖାଉଛନ୍ତି ତେବେ, ଆପଣଙ୍କ ପିଲାମଧ୍ୟ ଆପଣଙ୍କୁ ଅନୁସରଣ କରିବେ। ତେଣୁ ଆପଣଙ୍କୁ ଜଙ୍କଫୁଡ୍ ଛାଡିବାକୁ ପଡିବ।

ପିଲାମାନଙ୍କୁ ଫାଷ୍ଟଫୁଡର ଖାଇଲେ କଣ ସବୁ ରୋଗ ହୋଇଥାଏ କୁହନ୍ତୁ :

ଏକ ସନ୍ତୁଳିତ ଖାଦ୍ୟର ମହତ୍ତ୍ବ ବିଷୟରେ ଆପଣ ପିଲାଙ୍କୁ କୁହନ୍ତୁ ଏବଂ ଫାଷ୍ଟଫୁଡର ଖାଇଲେ କଣ ସବୁ ରୋଗ ହୋଇଥାଏ ସେବିଷୟରେ କୁହନ୍ତୁ । ସୁସ୍ଥ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ବିଷୟରେ ସେମାନଙ୍କୁ ଭଲ ଭାବରେ ବୁଝାନ୍ତୁ।

ଭଲ ଖାଦ୍ୟ ବିଷୟରେ ପିଲାମାନଙ୍କୁ କୁହନ୍ତୁ :

ଦରକାର ପଡିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ, ପିଲାମାନଙ୍କୁ ଖାଦ୍ୟ ଦିଅନ୍ତୁ । ଆରମ୍ଭରୁ ପିଲାମାନଙ୍କୁ ପନିପରିବା ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏବଂ ପନିପରିବାର ଉପକାରିତା ବିଷୟରେ ସେମାନଙ୍କୁ କୁହନ୍ତୁ ।

ପିଲାମାନଙ୍କୁ କେତେ ଏକାକୀ ବସିବାକୁ ଦିଅନ୍ତୁ ନାହିଁ :

ପିଲାମାନେ ପ୍ରାୟତ ଖାଲି ସମୟରେ କ୍ରୋଧିତ ହୁଅନ୍ତି ଏବଂ ଜଙ୍କ୍ ଫୁଡ୍ ଖାଇବାକୁ ଯିଦ୍ କରନ୍ତି । ତେଣୁ, ସନ୍ଧ୍ୟାରେ ସେମାନଙ୍କୁ କିଛି ହୋମ୍ଓ୍ବାର୍କ କରାନ୍ତୁ । ସେମାନଙ୍କୁ ବ୍ୟସ୍ତ ରଖିବା ଫଳରେ ସେମାନେ ଜଙ୍କଫୁଡ ଖାଇବା କଥା ମଧ୍ୟ ଭାବିବେ ନାହିଁ।

ସୁସ୍ଥ ସ୍ନାକ୍ସ ପାଇଁ ବାଛନ୍ତୁ :

ଆପଣଙ୍କ ପିଲାମାନଙ୍କୁ ହେଲଦି ସ୍ନାକ୍ସ ଦିଅନ୍ତୁ। ସତେଜ ଫଳ, ପନିପରିବା, ଶସ୍ୟ ଓ ଦହି ଭଳି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଯାହା ସେମାନଙ୍କ ସ୍ବାସ୍ଥ୍ୟକୁ ଠିକ୍ ରଖିବ ।

Leave a comment