ବିଧାନସଭାରେ ଆଗତ ହେଲା ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍, ଜାଣନ୍ତୁ କେଉଁ ବିଭାଗକୁ କେତେ ମିଳିଲା…
ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉପସ୍ଥପାନ କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନିର୍ବାଚନ ପାଇଁ କାମଚଳା ବଜେଟ ପରିମାଣ ହେଉଛି ୧ ଲକ୍ଷ ୧୮ ହଜାର କୋଟି ଟଙ୍କା।
ବଜେଟରେ ଅଭିବୃଦ୍ଧି ହାର ୭.୨୫% ରହିଥିବା ଦର୍ଶାଯାଇଥିବା ବେଳେ ଆସନ୍ତା ବର୍ଷ ଏହା ୮.୫% ହେବ ବୋଲି ଆକଳନ କରାଯାଇଛି।
ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ, ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି। ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତକୁ ରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି । ୨୦୨୪-୨୫ ଆର୍ଥିକ ବର୍ଷର ଆଗୁଆ ଆକଳନ ଅନୁସାରେ ଓଡ଼ିଶାର ଅଭିବୃଦ୍ଧି ୮.୫ ପ୍ରତିଶତକୁ ବୃଦ୍ଧି ପାଇବ ।
ଏହି ବଜେଟର କୃଷି ଓ ଅନୁଷଙ୍ଗିକ କ୍ଷେତ୍ର ପାଇଁ ୨୮,୯୮୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାକି ପୂର୍ବ ବର୍ଷର ବ୍ୟୟବରାଦ ତୁଳନାରେ ୧୬.୬ ପ୍ରତିଶତ ଅଧିକ ଅଟେ । ରାଜ୍ୟର କୃଷି ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଓ ଦାରିଦ୍ର୍ୟ ହ୍ରାସ ପାଇଁ କାଳିଆ ଯୋଜନା ଆରମ୍ଭ କରାଯାଇଛି । ଏବେ ସୁଦ୍ଧା କାଳିଆ ଯୋଜନାରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି ।
ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି ସଂକ୍ଷେପରେ…
– ବିଦ୍ୟାଳୟ ଓ ଗାନଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ – ୨୪ ହଜାର ୭ ଶହ ୬୪ କୋଟି ଟଙ୍କା
– ପଂଚାୟତରାଜ – ୨୨୫୪୩ କୋଟି
– ସ୍ୱାସ୍ଥ୍ୟ ବିଭାଗ – ୧୯୭୨୯ କୋଟି
– ଜଳସମ୍ପଦ – ୧୩୨୬୭ କୋଟି
– ଯୋଜନା ଓ ସଂଯୋଜନା – ୧୨୦୪୩ କୋଟି
– ନିର୍ମାଣ ବିଭାଗ – ୧୦୯୫୦ କୋଟି
-ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି
– ଗୃହ ବିଭାଗ – ୮୬୪୧ କୋଟି
-ପ୍ରଧାନମନ୍ତ୍ରୀ ଆବାସ – ୪୦୦୦ କୋଟି
-ବିଜୁ ପକ୍କାଘର – ୧୦୦ କୋଟି
-ପ୍ରଧାନମନ୍ତ୍ରୀ ଆବାସ ସହର – ୬୯୨ କୋଟି
-ବସୁଧା ଯୋଜନା – ୨୦୦୦ କୋଟି
-ଜଳ ଜୀବନ ମିଶନ – ୬୦୦୦ କୋଟି
-ମେଟ୍ରୋ – ୧୦୦୦ କୋଟି
-ରେଳ ପ୍ରକଳ୍ପ – ୭୦୦ କୋଟି
-ରାସ୍ତା ଉନ୍ନତି – ୬୧୯୪ କୋଟି
-ନୂଆ ଓ – ୨୦୦ କୋଟି
-ବିଜୁ ସେତୁ – ୨୦୦ କୋଟି
-ଏସଟିଆରଏମଏଫ (ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ) – ୧୪୨୪ କୋଟି
-କ୍ରୀଡା ଭିତିଭୂମି – ୮୫୨ କୋଟି
-ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି
-ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି
-ଏନଆରଏଲଏମ – ୧୧୬୨ କୋଟି
-ମିଶନ ଶକ୍ତି – ୨୭୬୧ କୋଟି
-ମମତା – ୫୨୧ କୋଟି