ଭଦ୍ରକ ୫କରୋନା ଆକ୍ରାନ୍ତଙ୍କ ତଥ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକର ୫କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ
କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟ ଅନୁଯାୟୀ ଭଦ୍ରକର ସମସ୍ତ କରୋନା ଆକ୍ରାନ୍ତ ପୁରୁଷ । ପେସେଣ୍ଟ ନମ୍ବର ୬୨,୬୩,୬୪,୬୫ ଓ ୬୬ ଙ୍କ ବୟସ ଯଥାକ୍ରମେ ୪୮, ୫୫, ୫୭, ୫୮ ଏବଂ ୬୬ବର୍ଷ । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି କୁ ନେଇ ତଦନ୍ତ ଚାଲିଛି ।

ସୂଚନା ଅନୁଯାୟୀ, ଭଦ୍ରକରୁ ଆଜି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ୫ଟି ପଞ୍ଚୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ପଞ୍ଚାୟତ ଗୁଡିକ ହେଲା ବାସୁଦେବପୁରର ବିନାୟକପୁର, ପଦମପୁର ଓ ଲକ୍ଷ୍ମୀଦାସପୁର ଏବଂ ଭଣ୍ଡାରିପୋଖରୀ ର ରହଣିଆ ଓ ତେସିଙ୍ଗା ।

Leave a comment