ଦାଣ୍ଡମୁକୁନ୍ଦପୁର ଜିଏମ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଶିଳ୍ପାଞ୍ଚଳ ପରିଭ୍ରମଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ଅଧିନସ୍ଥ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ଵାରା ପର୍ଯ୍ୟଟନ ଓ ଖୁଚୁରା ବ୍ୟବସାୟିକ ଜ୍ଞାନ ପାଠ୍ୟକ୍ରମ ବିଦ୍ୟାଳୟର ଶିକ୍ଷାରେ ସାମିଲ ହୋଇଛି । ଛାତ୍ରଛାତ୍ରୀମାନେ ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀ ଭଳି ଧନ୍ଦାମୂଳକ ଶିକ୍ଷାକୁ ଗ୍ରହଣ କରି ଅଧ୍ୟୟନ କରୁଛନ୍ତି ।

ଗୋପବନ୍ଧୁ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟର ଖୁଚୁରା ବ୍ୟବସାୟ ପାଠ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ତେଇସିପୁର ସ୍ଥିତ ରାଜ୍ୟ କତାଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କରି ନିଜ ପାଠ୍ୟକ୍ରମ ସହିତ ଯୋଡି ହୋଇ ରହିଥିବା ବିଭିନ୍ନ ଦିଗ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ମିଶ୍ର, ଭୋକେଶନାଲ ଇଂଚାର୍ଜ ଅଶୋକ କୁମାର ସ୍ୱାଇଁ, ଖୁଚୁରା ବ୍ୟବସାୟ ପାଠ୍ୟକ୍ରମର ଶିକ୍ଷୟିତ୍ରୀ ଇତିଶ୍ରୀ ମନ୍ଦାକିନୀ ନନ୍ଦ, ଶିକ୍ଷକ ଯୁବରାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିବାରେ ସହଯୋଗ କରିଥିଲେ ।

Leave a comment