ଭାରତୀୟ ନୌସେନା ଇତିହାସରେ ପ୍ରଥମ, ଯୁଦ୍ଧପୋତରେ ନିଯୁକ୍ତ ହେଲେ ୨ ମହିଳା ଅଧିକାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ନୌସେନା ଇତିହାସରେ ପ୍ରଥମଥର ପାଇଁ ୨ ମହିଳା ଅଧିକାରୀ ସବ୍ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଓ ସବ୍ ଲେଫ୍ଟନାଣ୍ଟ ରୀତି ସିଂହଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତିମିଳିଛି । ଯୁଦ୍ଧପୋତରୁ ସଞ୍ଚାଳିତ ହେଉଥିବା ଏୟାରବୋର୍ଣ୍ଣ ଟେକ୍ନିସିୟାନ ଭାବେ ଏହି ଦୁଇ ମହିଳା ଅଧିକାରୀ କାର୍ଯ୍ୟ କରିବେ।

ସୂଚନା ଅନୁଯାୟୀ, ପୂର୍ବରୁ ନୌସେନାରେ କେବଳ ୱିଂ ଏୟାରକ୍ରାଫ୍ଟରେ ମହିଳା ମାନଙ୍କୁ ନିଯୁକ୍ତି ମିଳିଥିଲା । ମାତ୍ର ରୀତି ଓ କୁମୁଦିନୀ ଯୁଦ୍ଧ ଜାହାଜ ଡେକରୁ ଏହି ମହିଳା ଅଧିକାରୀମାନେ ଏୟାର ନେଭିଗେସନ, ଫ୍ଲାଇଂ ପ୍ରୋସିଜିୟର୍ସ, ଆକାଶ ମାର୍ଗରେ ଯୁଦ୍ଧବେଳେ ଗ୍ରହଣ କରାଯାଉଥିବା ପଦକ୍ଷେ ଓ ଉାପୟ, ବୁଡାଜାହଜ ନିରୋଧୀ ଯୁଦ୍ଧପରିଚାଳନା ସମେତ ଏଭିଓନିକ ଟେକନିକ ପ୍ରଶିକ୍ଷଣ ପ୍ରାପ୍ତ କରି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ନିଜକୁ ଯୋଗ୍ୟ ସାବ୍ୟସ୍ତ କରିପାରିଛନ୍ତି । ରୀତି ଓ କୁମୁଦିନୀ ନୌସେନାରେ ଅବଜରଭର ଭାବେ ଯୋଗ ଦେବେ ।

କୋଚ୍ଚି ସ୍ଥିତ ଆଇଏନଏସ ଗରୁଡରେ ସୋମବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୭ ଅଧିକାରୀଙ୍କ ଏକ ଗୋଷ୍ଠୀକୁ ଗ୍ରାଜୁଏଟ ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଅବସରରେ ରିୟର ଆଡମିରଲ ଆଣ୍ଟୋନୀ ଜର୍ଜ ରୀତି ଓ କୁମୁଦିନୀ ପୁରୁଷ ଅଧିକାରୀଙ୍କ ଭଳି କାର୍ଯ୍ୟ କରିବେ ବୋଲି ଆଶା ପୋଷଣ କରିଛନ୍ତି । ଯାହାକି ଆଗକୁ ନୌସେନାରେ ମହିଳାଙ୍କ ଲାଗି ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରାଯିବ ବୋଲି ମଧ୍ୟ କହିଛନ୍ତି ।

Leave a comment