ଦମଦାର ବିଜୟ ସହ ସିରିଜ୍ କବଜା କଲା ଟିମ ଇଣ୍ଡିଆ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟିମ ଇଣ୍ଡିଆର ଦମଦାର ବିଜୟ l ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ଏଥିସହ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚରେ ୧୦ ୱିକେଟରେ ହାରିଥିବା ଭାରତ ଦ୍ୱିତୀୟ ମୁକାବିଲାରେ ଜବରଦସ୍ତ କମବ୍ୟାକ୍ କରି ୩୬ ରନରେ ବିଜୟୀ ହୋଇ ସିରିଜକୁ ୧-୧ରେ ବରାବର କରିଥିଲା।

ରବିବାର ଏମ୍‌. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସିରିଜ୍ ଡିସାଇଡର୍ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ୍ ସ୍ମିଥଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୬ ରନ୍ କରିଥିଲା। ସ୍ମିଥ୍ ସର୍ବାଧିକ ୧୩୧ (୧୩୨ ବଲ୍‌, ୧୪ ଚୌକା, ୧ ଛକା) ରନ୍ କରିଥିଲେ। ଜବାବରେ ଭାରତ ୪୭.୩ ଓଭରରେ ୩ ୱିକେଟ୍ ହରାଇ ୨୮୯ ରନ୍ କରି ବିଜୟୀ ହୋଇ ସିରିଜ୍ ହାତେଇଛି। ଭାରତ ପକ୍ଷରୁ ରୋହିତ୍ ଶର୍ମା ସର୍ବାଧିକ ୧୧୯ (୧୨୮ ବଲ୍‌, ୮ଚୌକା, ୬ ଛକା) ଏବଂ କୋହଲି ୮୯ (୯୧ ବଲ୍‌, ୮ ଚୌକା) ରନ୍ କରିଛନ୍ତି।

Leave a comment