୪୧ ବର୍ଷ ପରେ ଅଲମ୍ପିକରେ ପୁରୁଷ ହକି ଟିମ ପଦକ ଜିତି ଭାରତ ପାଇଁ ଆଣିଲା ଗୌରବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଲମ୍ପିକରେ ୪୧ ବର୍ଷ ପରେ ଭାରତ ପୁରୁଷ ହକି ଟିମ୍ ପାଇଲା ପଦକ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି ଭାରତୀୟ ଦଳ । ସିମରନଜିତ୍ ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଛନ୍ତି । ସେହିଭଳି ହରମନପ୍ରୀତ, ହାର୍ଦ୍ଦି, ରୁପିନ୍ଦର ଗୋଟିଏ ଲେଖାଏଁ ଗୋଲ୍ ଦେଇଛନ୍ତି ।
ଭାରତ ପାଖରେ ଜବାବ ଦେବାକୁ ସୁଯୋଗ ଥିଲେ ଅଳ୍ପକେ ଟିମ ହାତରୁ ଗୋଲ ଖସିଥିଲା । ପରେ ଭାରି ପଡିଥିଲା ଜର୍ମାନୀ । ସେ ବି ଲଗାତାର ଦୁଇଟି ଗୋଲ ଟକ୍କର ବରାବର କରିଥିଲେ । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଜମାନୀ ଉପରେ ଭାରି ପଡିଥିଲା । ଲଗାତାର ଦୁଇଟି ଗୋଲ ଦେଇ ୫-୪ ଗୋଲରେ ବିଜୟ ହାସଲ କରିଥିଲା ଭାରତ। ପ୍ରଥମ ହାପରେ ସିମନରନ ଜିତ୍ ଜର୍ମାନୀକୁ କଡା ଟକର ଦେଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ରୁପିନ୍ଦର ଦଳ ପାଇଁ ଗୋଲ ଦେଇ ଦଳକୁ ବିଜୟ ଦେଇଥିଲେ ।