ମହାନଦୀରେ ବୁଡ଼ିଗଲେ ତିନି ଛାତ୍ର, ଜଣେ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗାଧୋଉଥିବା ବେଳେ ତିର୍ତ୍ତୋଲ ପୋଷଲ ଘାଟରେ ବୁଡ଼ିଗଲେ ତିନି ଛାତ୍ର । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି । ମୃତ ଛାତ୍ର ଗୋପସଲପୁର ଶଙ୍ଖେଶ୍ବର ବଡ଼ଜିଙ୍ଗଲ ଗାଁର ନୃସିଂହ ଦାସଙ୍କ ପୁଅ ବିବେକ ଦାସ ।
ସୂଚନା ଅନୁଯାୟୀ, ପାଞ୍ଚ ସାଙ୍ଗ ମିଶି ତିର୍ତ୍ତୋଲ ପୋଷଲ ଘାଟରେ ଗାଧୋଉଥିବା ବେଳେ ଅନ୍ୟମନସ୍କ ହୋଇ ମହାନଦୀର ଗଭୀର ଜଳକୁ ଚାଲିଯାଇଥିଲେ । ତେବେ ସେଠାରେ ପାଣି ଅଧିକ ଥିବାରୁ ତିନି ଜଣ ସାଙ୍ଗ ବୁଡିଯାଇଥିଲେ । ସୌଭାଗ୍ୟ ବଶତଃ ସେ ସମୟରେ ସେଠାରେ କିଛି ସ୍ଥାନୀୟ ବାସିନ୍ଦା ଗାଧୋଉ ଥିଲେ । ସେମାନେ ତୁରନ୍ତ ଛାତ୍ର ମାନଙ୍କୁ ଉଦ୍ଧାର କରିଥିଲେହେଁ ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।