ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ କୃଷକଙ୍କ ପାଇଁ ପିଏମ କିଷାନ ନିଧିର ୧୭ତମ କିସ୍ତି କଲେ ପ୍ରଦାନ

0

ତୃତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରୀ କାଗଜପତ୍ରରେ ନିଜର ପ୍ରଥମ ଦସ୍ତଖତ କରିଛନ୍ତି । ଏଥିସହ ପିଏମ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ କରିବା ପାଇଁ ମୋଦୀ ନିଦେ୍ର୍ଧଶନାମା ଜାରି କରିଛନ୍ତି । ତଦନୁଯାୟୀ ୯.୩ କୋଟି ଚାଷୀଙ୍କୁ ପ୍ରାୟ ୨୦ ହଜାର କୋଟି ଟଙ୍କା ମିଳିବ । ଏହାସହ ମୋଦୀ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଆଜି ବସୁଛି ପ୍ରଥମ କ୍ୟାବିନେଟ୍ ବୈଠକ ।

ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିବ । ସେହିପରି କେଉଁ ମନ୍ତ୍ରୀଙ୍କୁ କେଉଁ ମନ୍ତ୍ରାଳୟ ମିଳିବ, ତାହା ଉପରେ ନଜର ରହିଛି । ଗତକାଲି ମୋଦୀଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କୁ କେଉଁ ବିଭାଗ ମିଳିବ ତାହା ଉପରେ ନଜର ରହିଛି ।

Leave a comment