ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ର ଲୋକାର୍ପଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ର ଗ୍ରୀଷ୍ମ ପ୍ରବାହ କୁ ଆଖି ରେ ରଖି ଗ୍ରୀଷ୍ମ ତାପରୁ ଲୋକମାନଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା କୃଷି ଶିଳ୍ପ ନିଗମ ଦ୍ଵାରା ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ମଣୀତ୍ରି ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଏକ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ର ଲୋକାର୍ପଣ କରାଯାଇଥିଲା। ସାଧାରଣ ଜନତାଙ୍କ ଦାବି କୁ ଗୁରୁତ୍ୱାରୋପ କରି ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସହ ଏକ ଡ଼ାକବାଜି ଯନ୍ତ୍ର ମଧ୍ୟ ପ୍ରଦାନ କରା ଯାଇଥିଲା।
ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ଵେଜ ଯୋଗ ଦେଇଥିଲେ। ଡକ୍ଟର ଵେଜ୍ ଙ୍କ ସହ ଯାଜପୁର ଜିଲ୍ଲା ମ୍ୟାନେଜର ଶ୍ରୀ କ୍ରୀଷ୍ଣ ନାୟକ ମଧ୍ୟ ଯୋଗ ଦେଇଥିଲେ। ମନ୍ଦିର ପରିଚାଳନା କମିଟି ର ସଭାପତି ବୈକୁଣ୍ଠ ରାଉତ , ଉପସଭାପତି ବ୍ରଜବନ୍ଧୁ ନାୟକ, ସମ୍ପାଦକ ଗଣେଶ୍ୱର ଵେଜ, ସହ ସମ୍ପାଦକ କୈଳାସ ରାଉତ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ସ୍ୱାଇଁ ଏବଂ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟ ରେ ପରମାନନ୍ଦ ମାଝୀ, ସୂର୍ଯ୍ୟ ନାରାୟଣ ଵେଜ, ଚନ୍ଦ୍ରମଣି ରାଜ,ଚନ୍ଦନ ରାଉତ,ବସନ୍ତ ମାଝୀ, ଗୁଣମଣି ଜେନା, ପଙ୍କଜ ଜେନା ଓ କୈଳାସ ମାଝୀ,ଯୋଗେନ୍ଦ୍ର ଜେନା, ପ୍ରମୋଦ ମାଝୀ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏହି ଜନହିତକର କାର୍ଯ୍ୟ କୁ ପ୍ରଶଂସା କରିଥିଲେ।