ଘରେ ସୁଖର ବାତାବରଣ ଚାଁହୁଛନ୍ତି, ତେବେ ପୂଜା ଘରେ କରନ୍ତୁ ଏହିସବୁ ଛୋଟ ଛୋଟ ପରିବର୍ତ୍ତନ

ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି, ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ଆପଣ ଯଦି ଘରେ ପରିବର୍ତ୍ତନ ଚାହୁଁଛନ୍ତି ତେବେ ଏଭଳି କିଛି ଉପାୟ ଆପଣାନ୍ତୁ।
ଆମ୍ବପତ୍ର :
ଘର ବାହାରେ ଆମ୍ବପତ୍ରରେ କଳସ ବସାଇବା ଫଳରେ ଅନେକ ସଙ୍କଟ ଟଳିଯାଇଥାଏ।
ଗଣେଶ ମୂର୍ତ୍ତି:
ବିଘ୍ନହର୍ତ୍ତା ଗଣେଶଙ୍କ ମୂର୍ତ୍ତି ଘରେ ନିଶ୍ଚୟ ରଖନ୍ତୁ। କାରଣ କୌଣସି ସଙ୍କଟ ଆସିବା ସମୟରେ ଗଣେଶଙ୍କୁ ଆରାଧନା କରିବା ଫଳରେ ସଙ୍କଟ ଟଳି ଯାଇଥାଏ।
ଗଙ୍ଗାଜଳ:
ହିନ୍ଦୁଧର୍ମ ଅନୁସାରେ ଗଙ୍ଗା ଜଳକୁ ପବିତ୍ର ମନାଯାଇଥାଏ। ସକାଳେ ପୂଜା ସମୟରେ ଘରେ ଗଙ୍ଗାଜଳ ଛିଞ୍ଚିଲେ ଘର ଶୁଦ୍ଧି ହୋଇଥାଏ ଓ ସୁଖ ଶାନ୍ତି ବଢ଼ିଥାଏ।
ଶଙ୍ଖ:
ଠାକୁର ଘରେ ଶଙ୍ଖ ରଖି ପୂଜା କରିବା ସହ ଶଙ୍ଖ ବଜାଇବା ଫଳରେ ଘରେ ନକାରାତ୍ମକ ପ୍ରଭାବ କଟିଯାଇଥାଏ। ଏହା କରିବା ଫଳରେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
ଗୁଆ ଘିଅ:
ହିନ୍ଦୁଧର୍ମରେ ଗାଈକୁ ପୂଜା କରାଯାଇଥାଏ। ତେବେ ଗୁଆଘିଅରେ ହୋମ କରିବା ଫଳରେ ଘରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ।
ମହୁ :
ପୂଜା ସମୟରେ ମହୁ ବ୍ୟବହାର କରିବା ଉଚିତ। ଏହା କରିବା ଫଳରେ ବାସ୍ତୁ ଦୋଷ କଟିଯାଇଥାଏ।