ପାଟି ଦୁର୍ଗନ୍ଧ ହେଉଥିଲେ କରନ୍ତୁ ଉପଚାର

0

ଏମିତି ମଧ୍ୟ ଅନେକ୍ ଲୋକ ରହିଛନ୍ତି ଯେଉଁମାନଙ୍କ ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେଉଥିବା ସମସ୍ୟା ରହିଥାଏ । ଏପରି ସମଥ୍ୟା ଥିଲେ, ସାମ୍ନା ଲୋକଙ୍କ ସହିତ କଥାବାର୍ତ୍ତା କରିବାକୁ ସଙ୍କୋଚ ଲାଗିଥାଏ । ତେବେ ମୁହଁ ଦୁର୍ଗନ୍ଧ ହେବାର ଅନେକ୍ କାରଣ ରହିଥାଏ । ଅଧିକ ମସଲା ଜାତୀୟ ଖାଦ୍ୟ ଖାଇବା, ଅଧିକ ପିଆଜ-ରସୁଣ ବ୍ୟବହାର କରିବା, ନିଶା ଦ୍ରବ୍ୟ ସେବନ କରିବା, ଏହା ସହିତ ମାଢି ଜନିତ ସମସ୍ୟା ଥିଲେ ମୁହଁ ଦୁର୍ଗନ୍ଧ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମୁହଁରୁ ଦୁର୍ଗନ୍ଧ ଦୂର କରିବାର କିଛି ଘରୋଇ ଉପଚାର ସମ୍ପର୍କରେ ।

– ଡାଳିମ୍ବ ପାଟିକୁ ଯେତିକି ସୁଆଦିଆ ଲାଗେ, ଡାଳିମ୍ବ ଚୋପା ମୁହଁରୁ ଦୁର୍ଗନ୍ଧ ଦୂର କରିବାରେ ମଧ୍ୟ ବହୁତ୍ ଲାଭଦାୟକ ହୋଇଥାଏ । ଡାଳିମ୍ବ ଚୋପାକୁ ପାଣିରେ ସିଝାଇ, ସେହି ପାଣିକୁ ଥଣ୍ଡା କରି କୁଳି କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
– ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ମଧ୍ୟ ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେବା କମ୍ ହୋଇଥାଏ।
– ମୁହଁରେ ଗୋଟାଏ ଲବଙ୍ଗ ରଖି ଧିରେ ଧିରେ ଚୋବାଇ ତାର ରସକୁ ମୁହଁରେ ରଖିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ ।
– ବେଶି ସମୟ ମୁହଁ ବନ୍ଦ ହୋଇଥିଲେ ,ସେହି ସମୟରେ କିଛି ପାନମଧୁରୀ ପାଟିରେ ରଖି ଚୋବାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
– ପିଜୁଳିର କଅଁଳିଆ ପତ୍ରକୁ ଚୋବାଇ ଖାଇଲେ ମଧ୍ୟ ମୁହଁରୁ ଦୁର୍ଗନ୍ଧ ନିର୍ଗତ ହେଉଥିବା ସମସ୍ୟା ଦୂର ହୋଇଥାଏ ।

Leave a comment