‘ହଁ ମୁଁ ପାକିସ୍ତାନୀ’ : କଂଗ୍ରେସ ନେତା ଅଧିର ରଞ୍ଜନ

0

ଓଡିଶା ଫାଷ୍ଟ (ବ୍ୟୁରୋ) :   ନାଗରିକତା ସଂସୋଧନ ଆକ୍ଟ କୁ ନେଇ ବିଜେପି ଓ  କଂଗ୍ରେସ ମଧ୍ୟରେ ବାକ ଯୁଦ୍ଧ ଜାରି ରହିଛି । ପରସ୍ପରକୁ ଆକ୍ଷେପ କରୁନାହାଁନ୍ତି । ଏହାକୁ ନେଇ ଲୋକସଭାରେ ବିବାଦୀୟ ବୟାନ ଦେଇଥିବା କଂଗ୍ରେସ ନେତା ପୁଣି ଏକ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି । ମୋଦି ସରକାରଙ୍କୁ ସମାଲୋଚନା କରି ଅଧିର ରଞ୍ଜନ କହିଛନ୍ତି ବିଜେପି ମୋତେ ପାକିସ୍ତାନୀ ଭଳି ବ୍ୟବହାର କରୁଛୁ । ସେମାନେ ଯଦି ଏମିତି ବ୍ୟବହାର କରୁଛନ୍ତି ତେବେ ମୁଁ କହିବି ।  ହଁ ମୁଁ ପାକିସ୍ତାନୀ । ପଶ୍ଚିମବଙ୍ଗର ଉତ୍ତର 24 ପରଗାନରେ ଆୟୋଜିତ ଏକ ସଭାରେ ଅଧିର କହିଛନ୍ତି ମୋକେ ପାକିସ୍ତାନୀ କହି ଡାକୁଛନ୍ତି। ଆଜି ମୁଁ କହୁଛି ହିଁ ମୁଁ ପାକିସ୍ତାନୀ। ଯାହା କରିବା କଥା କର ।

ଦେଶରେ ଏପରି ଅବସ୍ଥା ହେଲାଣି କେହି ସତ କଥା କହିପାରିବେନି। ଯଦି କେହି ସତ କହିବେ ତାହେଲେ ତାଙ୍କୁ ଦେଶଦ୍ରୋହୀ କୁହାଯାଉଛି। ନରେନ୍ଦ୍ର ମୋଦୀ ଓ ଅମିତ ଶାହା ଯାହା କହୁଛନ୍ତି ତାହା କରିବାକୁ କୁହାଯାଉଛି । ସେମିତି ମୁଁ କଦାପି କରିବିନାହିଁ । ଏଦେଶ ଅମିତ ଶାହା ଓ ମୋଦୀଙ୍କ ବାପାର ନୁହେଁ । ହିନ୍ଦୁସ୍ତାନ କାହା ବାପର ସମ୍ପତ୍ତି ନୁହେଁ ।

Leave a comment