ବାଣ ବିସ୍ଫୋରଣ ରେ ସ୍ଵାମୀ, ସ୍ତ୍ରୀ ମୃତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଲୋକର ପର୍ବ ଦୀପାବଳି ପୂର୍ବରୁ ଭୁବନେଶ୍ୱର ଉପକଣ୍ଠରେ ଘଟି ଯାଇଛି ଏକ ବଡ ଧରଣର ଅଘଟଣ । ଦୀପାବଳି ପାଇଁ ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ବନମାଳିପୁର ନୂଆସାହିରେ ଦୀପାବଳି ପାଇଁ ବାଣ ତିଆରି କରିଥିବା ସମୟରେ ବିସ୍ଫୋରଣ ଘଟି ସ୍ୱାମୀ ଓ ସ୍ତ୍ରୀ ଙ୍କ ମୃତ୍ୟୁ ଘଟିଛି । ବିସ୍ପୋରଣ ଏତେ ଜୋରରେ ହୋଇଥିଲାକି ଘରର କାନ୍ଥ ଓ ଛାତ ଭାଙ୍ଗିଯିବା ସହ ଜଣଙ୍କର ହାତଗୋଡ଼ ଛିଡ଼ି ଯାଇଛି। ଏହି ବିସ୍ଫୋରଣ ରେ ଗୁରୁତର ଙ୍କୁ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି।

ବାଣ ବିସ୍ଫୋରଣ ପରେ ଘରେ ନିଆଁ ଲାଗି ଯାଇଥିଲା । ପ୍ରଚଣ୍ଡ ବିସ୍ଫୋରଣରେ ତିନି ରୁମ୍ ବିଶିଷ୍ଟ କୋଠାଘର ଛିନ୍‌ଛତ୍ର ହୋଇଯାଇଛି। ଘରର କାନ୍ଥ ଭୁଶୁଡ଼ି ପଡ଼ିଛି। ଖବର ପାଇ ଅଗ୍ନିଶମ ଟିମ୍ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Leave a comment