ରାଶି ଅନୁସାରେ ପଡନ୍ତୁ ଏହି ମନ୍ତ୍ର! କରନ୍ତୁ ଏହିସବୁ ପ୍ରତିକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମଣିଷ ଜୀବନରେ ଅନେକ ସମସ୍ୟା ରହିଛି। ତାହାର ପ୍ରତିକାର ମଧ୍ୟ ଅଛି। ତେବେ ସମସ୍ୟା ଦୂର କରିବାକୁ କେଉଁ ରାଶିର ବ୍ୟକ୍ତିଙ୍କୁ କେଉଁ ମନ୍ତ୍ର ପଢିବା ଦରକାର ଆସନ୍ତୁ ଜାଣିବା।

ମେଷ ଓ ବିଛା ରାଶିର ବ୍ୟକ୍ତିମାନେ ମଙ୍ଗଳ ଗ୍ରହଙ୍କର ମନ୍ତ୍ର ପଢ଼ନ୍ତୁ ।
ବୃଷ ଓ ତୁଳା ରାଶିର ବ୍ଯକ୍ତିମାନେ ଶୁକ୍ର ଗ୍ରହଙ୍କର ମନ୍ତ୍ର ପଢ଼ନ୍ତୁ ।
ମିଥୁନ ଓ କନ୍ୟା ରାଶିର ବ୍ୟକ୍ତିମାନେ ବୁଦ୍ଧ ଗ୍ରହଙ୍କର ମନ୍ତ୍ର ପଢ଼ନ୍ତୁ।
କର୍କଟ ରାଶିର ବ୍ୟକ୍ତିମାନେ ଚନ୍ଦ୍ର ମହାଗ୍ରହଙ୍କର ମନ୍ତ୍ର ପଢ଼ନ୍ତୁ।
ସିଂହ ରାଶିର ବ୍ୟକ୍ତିମାନେ ସୂର୍ଯ୍ୟ ମହାଗ୍ରହଙ୍କର ମନ୍ତ୍ର ପଢ଼ନ୍ତୁ ।
ଧନୁ ଓ ମୀନ ବ୍ୟକ୍ତିମାନେ ବୃହସ୍ପତି ମହାଗ୍ରହଙ୍କର ମନ୍ତ୍ର ପଢ଼ନ୍ତୁ ।
ମକର ଓ କୁମ୍ଭ ରାଶିର ବ୍ୟକ୍ତିମାନେ ଶନି ମହାଗ୍ରହଙ୍କର ମନ୍ତ୍ର ପଢ଼ନ୍ତୁ ।

କେଉଁ ଗ୍ରହର ସମସ୍ୟା ପାଇଁ କେଉଁ ଦେବାଦେବୀଙ୍କୁ ପୂଜା କରିବେ :

୧- କୁଣ୍ଡଳୀରେ ରବି ଦୋଷ ଥିଲେ ସୂର୍ଯ୍ୟଙ୍କୁ ଉପାସନା କରିବେ ନଚେତ ଗାୟତ୍ରୀ ମନ୍ତ୍ର ଜପ କରିବେ।

୨- ଚନ୍ଦ୍ର ଗ୍ରହରେ ଦୋଷ ଥିଲେ ଭଗବାନ ଶିବଙ୍କୁ ପୂଜା କରିବେ

୩- ମଙ୍ଗଳ ପାଇଁ କୁମାର କାର୍ତ୍ତିକେୟ କିମ୍ବା ହନୁମାନଙ୍କ ପୂଜା କରିବେ।

୪- ବୁଧଙ୍କ ପାଇଁ ମା’ ଦୁର୍ଗାଙ୍କ ଉପାସନା କରିବେ।

୫- ବୃହଷ୍ପତ୍ତିଙ୍କ ପାଇଁ ଶ୍ରୀହରିଙ୍କୁ ପୂଜା କରିବେ।

୬- ଶୁକ୍ର ପାଇଁ ମା’ ଲକ୍ଷ୍ମୀ କିମ୍ବା ମା’ ଗୌରୀଙ୍କୁ ପୂଜା କରିବେ।

୭- ଶନିଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣ କିମ୍ବା ଭଗବାନ ଶିବଙ୍କୁ ପୂଜା କରିବେ ।

୮- ରହୁ ପାଇଁ ଭୈରବଙ୍କୁ ଉପାସନା କରିବେ।

୯- କେତୁ ପାଇଁ ଭଗବାନ ଗଣେଶଙ୍କୁ ଉପାସନା କରିବେ

ରୁଦ୍ରାକ୍ଷ ଓ ପ୍ରତିକାର :-

ସୂର୍ଯ୍ୟ :- ଆପଣଙ୍କ ରାଶିରେ ସୂର୍ଯ୍ୟ ଗ୍ରହର ଅଶୁଭ ଦୃଷ୍ଟି ପଡି ଥିଲେ ଏକମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ଚନ୍ଦ୍ର :- ଚନ୍ଦ୍ରଙ୍କର ଖରାପ ଦୃଷ୍ଟି ପଡି ଥିଲେ ଦୁଇମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ମଙ୍ଗଳ :- ମଙ୍ଗଳ ଗ୍ରହ ପ୍ରଭାବରୁ ଖରାପ ହେଉ ଥିଲେ ତିନି ମୁଖୀ କିମ୍ବା ଏଗାର ମୁଖୀ ରୁଦ୍ରାକ୍ଷ ଧାରଣ କଲେ ସୁଫଳ ମିଳେ ।
ବୁଧ :- ବୁଧ ଗ୍ରହକୁ ଶାନ୍ତ କରିବା ପାଇଁ ଚାରିମୂଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ବୃହସ୍ପତି :- ବୃହସ୍ପତି ମହାଗ୍ରହଃ ଶାନ୍ତ କରିବା ପାଇଁ ପଞ୍ଚ ମୁଖୀ କିମ୍ବା ଦଶ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ଶୁକ୍ର :- ଶୁକ୍ର ଗ୍ରହକୁ ଶାନ୍ତ କରିବା ପାଇଁ ଛଅ ମୁଖୀ କିମ୍ବା ତେର ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ଶନି :- ଶନି ଗ୍ରହର ଖରାପ ପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ସାତ ମୁଖୀ କିମ୍ବା ଚଉଦ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ରାହୁ :- ରାହୁ ମହାଗ୍ରହଃର କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଆଠ ମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ।
କେତୁ :- କେତୁ ମହାଦଶାର ପ୍ରଭାବରୁ ନିଜକୁ ରକ୍ଷା କରିବା ପାଇଁ ନ‍ଅମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।

ମନ୍ତ୍ର ଜପ କଲା ସମୟରେ ଦୀପ ଜାଳି ଏହି ମନ୍ତ୍ରଗୁଡିକ ବାର ଅନୁଯାୟୀ ଦିନକୁ ଥରେ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଶହେଆଠ ଥର ଜପ କରନ୍ତୁ। ମଙ୍ଗଳ ଏବଂ ଶନିଙ୍କ ପାଇଁ ବାମ ହାଥରେ ରାଶି ତେଲ ଦୀପ ଜଳାନ୍ତୁ। ଅନ୍ୟ ମନ୍ତ୍ର ପାଇଁ ଡାହାଣ ହାତରେ ଘୃତ ଦୀପ ଜଳାନ୍ତୁ। ଅଳ୍ପ ଅକ୍ଷତ କିମ୍ବା ଦୁବଟିଏ ତଳେ ରଖି ତା ଉପରେ ଦୀପ ରଖି ଜଳାନ୍ତୁ।

ମନ୍ତ୍ର ଜପ ସମୟରେ ମୁଣ୍ଡରେ ଓଢଣୀ ଦେଇ ଜପ କରନ୍ତୁ। ମନ୍ତ୍ର ଜପ ସମୟରେ ଝୁଲି ଝୁଲି ଜପ ନକରି ସିଧା ହୋଇ ଏକ ଆସନରେ ପଦ୍ମାସନରେ ବସି ଜପନ୍ତୁ।

Leave a comment