ହୋମ୍ କ୍ବାରେଣ୍ଟାଇନ୍ରେ ବିଧାୟକ ଅମର ଶତପଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରୋଇ ସଂଗରୋଧ ରେ ବିଜେଡି ବିଧାୟକ ଅମର ଶତପଥୀ। ତାଙ୍କ ପିଏସଓ, ଡ୍ରାଇଭର ଓ ଅନ୍ୟ ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଧାୟକ ଅମର ଶତପଥୀ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଧାନସଭାର ୫ କର୍ମଚାରୀ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ବନ୍ଦ କରିଦିଆଯାଇଥିଲା ।
ଅନ୍ୟପଟେ ଲୋକସେବା ଭବନରେ ମଧ୍ୟ କରୋନା ଭୟ ଦେଖାଦେଇଥିଲା । ଲୋକସେବା ଭବନର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସରକାରଙ୍କ ଚିନ୍ତା ବଢିଥିଲା । ଯାହା ଫଳରେ ଲୋକସେବା ଭବନକୁ ସାନିଟାଇଜ୍ କରାଯାଇଥିଲା ।