ରଦ୍ଦ ହେଲା ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌’ର ‘ଏଫ୍‌ସିଆର୍‌ଏ’ ଲାଇସେନ୍ସ

0

ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ଅଭିଯୋଗରେ ଗୃହ ବ୍ୟାପାର ମନ୍ତ୍ରାଳୟ ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌’ର ‘ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ ରେଗୁଲେସନ୍‌ ଆକ୍ଟ୍‌’ (ଏଫ୍‌ସିଆର୍‌ଏ) ଲାଇସେନ୍ସ ରଦ୍ଦ କରିଛି। ‘ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌’ ହେଉଛି ଗାନ୍ଧୀ ପରିବାର ସହ ଜଡ଼ିତ ଏକ ଅଣ-ସରକାରୀ ସଙ୍ଗଠନ।

ସୂଚନା ଅନୁସାରେ, ୨୦୨୦ ଜୁଲାଇରେ ଗୃହ ବ୍ୟାପାର ମନ୍ତ୍ରାଳୟ ଗୋଟିଏ ‘ଇଣ୍ଟର୍‌-ମିନିଷ୍ଟ୍ରିୟାଲ୍‌’ କମିଟି ଗଠନ କରିଥିଲା। ଉକ୍ତ କମିଟିର ତଦନ୍ତ ରିପୋର୍ଟ ଆଧାରରେ ଫାଉଣ୍ଡେସନ୍‌ର ଲାଇସେନ୍‌ସ୍‌ ରଦ୍ଦ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Leave a comment