ଏହି ୫ଟି ଉପାୟରେ ଘରୁ ଏମିତି ଭଗାନ୍ତୁ ଅସରପା

0

ପ୍ରାୟ ସମସ୍ତଙ୍କ ଘରେ ଅସରପା ଥାଆନ୍ତି। ଅନେକଙ୍କ ଘରେ ଅସରପାଗୁଡ଼ିକ ଏଣେତେଣେ ବୁଲି ପରିଷ୍କାର ସୃଷ୍ଟି କରନ୍ତି। ଖାଦ୍ୟ ପଦାର୍ଥ ଉପରେ ଚଢ଼ି ସେଗୁଡ଼ିକୁ ନଷ୍ଟ କରି ଦିଅନ୍ତି। ଏମାନଙ୍କ ଦ୍ୱାରା ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଯଦି ଘରେ ଅସରପାକୁ ନେଇ ଆପଣ ଚିନ୍ତିତ, ତ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇ ଆପଣ ଘରୁ ଅସରପାଙ୍କୁ ଭଗେଇ ପାରିବେ।୧. ଆପଣ ଘରର କୌଣସି କୋଣରେ ତେଜପତ୍ର ମକଚି ରଖି ଦିଅନ୍ତୁ। ତେଜପତ୍ର ଗନ୍ଧରେ ଅସରପା ସବୁ ଘରୁ ବହାରିକି ପଳେଇବେ।

୨. ଆପଣ ଚାହିଁଲେ ଲବଙ୍ଗ ମଧ୍ୟ ଉପଯୋଗ କରି ପାରିବେ। ଏହାଦ୍ୱାରା ଅସରପାଙ୍କଠାରୁ ସହଜରେ ଛୁଟକାରା ମିଳିଥାଏ।
୩. ରେଡ ୱାଇନ ମଧ୍ୟ ଅସରପା ଭଗେଇବାରେ ସାହାଯ୍ୟ କରିଥାଏ। ଆପଣ ଗୋଟିଏ ପାତ୍ରରେ ୧/୨ ଚମଚ ରେଡ ୱାଇନ ରଖନ୍ତୁ। ଏହାର ତୀବ୍ର ଗନ୍ଧରେ ଅସରପା ମରିଯିବେ ନଚେତ କେଉଁଆଡ଼େ ଚାଲିଯିବେ।

୪. ଅସରପା ହେଉଥିବା ଜାଗାରେ କିରୋସିନ ସିଞ୍ଚନ କରି ଦିଅନ୍ତୁ। ଏହାର କିଛି ସମୟ ପରେ ଅସରପା ସେହି ସ୍ଥାନ ଛାଡ଼ି ପଳେଇବେ।

୫. ବୋରେକ୍ସ ପାଉଡର ମଧ୍ୟ ଆପଣ ଚାରିଆଡ଼େ ଛିଞ୍ଚି ପାରିବେ। କିନ୍ତୁ ମନେ ରଖନ୍ତୁ, ଏହା ବହୁତ ବିପଦପୂର୍ଣ୍ଣ। ଉପଯୋଗ କରିବା ସମୟରେ ଏହାକୁ ପିଲାଙ୍କଠାରୁ ଦୂରରେ ରଖନ୍ତୁ।

Leave a comment