କରୋନା ପ୍ରତିରୋଧ ପ୍ରସ୍ତୁତି କୁ ନେଇ ନବୀନଙ୍କ ପ୍ରଶଂସା କଲା ଜାତୀୟ ଗଣମାଧ୍ୟମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାସନ ପାଇଁ ଯେତିକି ପ୍ରସିଦ୍ଧ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମଧ୍ୟ ସେତିକି ପରିଚିତ। ବର୍ତ୍ତମାନ ସାରାବିଶ୍ୱ କରୋନାରେ କବଳିତ ଥିବାବେଳେ ଓଡିଶା ସେଥିରୁ ବାଦ ପଡିନି। ଏହାର ମୁକାବିଲା ପାଇଁ ଓଡିଶା ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଓଡିଶାରେ ବର୍ତ୍ତମାନ ୩ଜଣ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଥିବା ବେଳେ ରାଜସ୍ଥାନର ହିନ୍ଦୀ ଖବରକାଗଜ ଦୈନିକ ନବଜ୍ୟୋତି ଏହାର ୨୯ ମାର୍ଚ୍ଚ ୨୦୨୦ ସଂସ୍କରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି। ଏଥିରେ ଉଲ୍ଲେଖ ଅଛି, ନବୀନ କିପରି କରୋନା ସଂକ୍ରମଣକୁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ରୋକି ପାରିଛନ୍ତି । ତାହା ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଛି ।