ଉତ୍କଳ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ପୁରାଦିନ ବିତାଇବେ ଉଚ୍ଚଶିକ୍ଷା ମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୧୬ ତାରିଖରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀ ୧୦ଦଫା ଦାବି ନେଇ କୁଳପତିଙ୍କୁ ଘେରିବା ସହ ଧାରଣାରେ ବସିଥିଲେ । ତେଣୁ ସେମାନଙ୍କ ସମସ୍ୟା ବୁଝିବାକୁ ଆଜି ଅଚାନକ ଉତ୍କଳ ବିଶ୍ୱ ବିଦ୍ୟାଳୟ ଗ୍ରସ୍ତ କରଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆଜି ସମ୍ପୂର୍ଣ୍ଣ ଦିନ ଶ୍ରୀ ସାହୁ ଛାତ୍ରଛାତ୍ରୀଙ୍କ ସହ ବିତାଇ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିବେ ।
ସୂଚନା ଅନୁଯାୟୀ, ତିନିଦିନ ତଳେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀ ୧୦ଦଫା ଦାବି ନେଇ କୁଳପତିଙ୍କୁ ଘେରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ଭୁବନେଶ୍ୱର ଡିସିପି ନିଜେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ତେଣୁ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରୁବାକୁ ଆଜି ଅଚାନକ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଗ୍ରସ୍ତ କରିଛନ୍ତି । ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି ମନ୍ତ୍ରୀ । ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ମଧ୍ୟ ସମୀକ୍ଷା କରିଛନ୍ତି ।
ସେହିପରି ମନ୍ତ୍ରୀ ଆଜି ପୁରା ଦିନ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହ କାଟିବେ ବୋଲି ଜଣାପଡିଛି । ବିଶ୍ୱବିଦ୍ୟାଳୟ ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଛି କିନ୍ତୁ ତାହା କାହିଁକି ବିକାଶ କାର୍ଯ୍ୟରେ ଲାଗି ପାରୁନାହିଁ ତାହାକୁ ନେଇ ବିରକ୍ତ ପ୍ରକାଶ କରିବା ସହ ତୁରନ୍ତ ଏହି ପାଣ୍ଠି କୁ ବିନିଯୋଗ ପାଇଁ ତାଗିଦ କରିଥିଲେ । ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ସହ ସ୍ଥାନୀୟ ଉତ୍ତର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି।