ସ୍ୱାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣ ଯୋଜନା, କଶ୍ମୀରରେ ହାଇ ଆଲର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ବାଧୀନତା ଦିବସ ଅବସରରେ ଜମ୍ମୁ-କଶ୍ମୀରରେ ଆକ୍ରମଣ ପାଇଁ ଆତଙ୍କବାଦୀ ଯୋଜନା କରୁଛନ୍ତି । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ହାଇ ଆଲର୍ଟ ଜାରି କରାଯିବା ସହିତ ସୁରକ୍ଷାବଳଙ୍କୁ ଯେକୌଣସି ମୁକାବିଲା ଲାଗି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଜମ୍ମୁ-କଶ୍ମୀର ଶ୍ରୀନଗରର ବଟାମାଲୁରେ ରବିବାର ଭୋର ସମୟରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଜଣେ ଯବାନ ଶହୀଦ ହେବା ସହିତ ୩ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ଲାଗି ସେନାର ୯୨ ବେସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଦିଆରଓ୍ବାନୀ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାବଳଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ଆତଙ୍କବାଦୀମନେ ଗୁଳି ଚାଳନା ପରେ ଫେରାର ହୋଇଯାଇଥିବା ବେଳେ ଆତଙ୍କବାଦୀଙ୍କୁ ସହାୟତା କରିଥିବା ୨ ଜଣଙ୍କୁ ସୁରକ୍ଷା କର୍ମୀମାନେ ଗିରଫ କରି ପଚରାଉଚରା କରୁଛନ୍ତି ।

Leave a comment