ଆଜିଠୁ ହାଇକୋର୍ଟ ୫ଦିନ ବନ୍ଦ ରହିବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ। କରୋନା ସ୍ଥିତିକୁ ନଜରରେ ରଖି ହାଇକୋର୍ଟକୁ ୫ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ଆଜିଠାରୁ ଅର୍ଥାତ ୧୩ ଜାନୁଆରୀରୁ ୧୭ ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୫ ଦିନ ବନ୍ଦ ରହିବା ପରେ ୧୮ ତାରିଖରୁ ପୁଣି ହାଇକୋର୍ଟର କାର୍ଯ୍ୟ ଆରମ୍ଭ ହେବ । ୧୮ ଜାନୁଆରୀରୁ କେବଳ ଦୁଇଟି ଡିଭିଜନ ବେଞ୍ଚ ଓ ୭ଟି ସିଙ୍ଗଲ ବେଞ୍ଚ ଚାଲିବ । ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ଏହିପରି ଭାବେ ଚାଲିବ କୋର୍ଟ କାର୍ଯ୍ୟ । ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ଶୁଣାଣି ବାତିଲ କରାଯାଇଛି ।

Leave a comment