ଶ୍ରୀମନ୍ଦିର ସମସ୍ତ ସେବକଙ୍କ ହେବ ସ୍ବାସ୍ଥ୍ୟ ବୀମା: ଡଃ କ୍ରିଷନ୍ କୁମାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଦାସର୍ବଦା ଶ୍ରୀମନ୍ଦିର ର ସୁଚାରୁରୂପେ ପରିଚାଳନା ଏବଂ ସେବାୟତଙ୍କ ସମସ୍ତ ସୁବିଧା ଅସୁବିଧା ସମ୍ୱନ୍ଧରେ ତତ୍ପରତା ଦେଖାଇ ଅନେକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଡଃ କ୍ରିଷନ୍ କୁମାର । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିର ସହ ସଂପୃକ୍ତ ସମସ୍ତ ସେବକ ମାନଙ୍କ ଚିକତ୍ସା ପାଇଁ ସ୍ବାସ୍ଥ୍ୟ ବୀମା ସୁବିଧା ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ଯୋଗାଇ ଦେବା ନେଇ ଚୂଡାନ୍ତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏଭଳି ପଦକ୍ଷପକୁ ମହାପ୍ରଭୁଙ୍କ ସେବକ ମହଲରେ ଉଚ୍ଚ ପ୍ରଶଂସା କରିଯାଇଛି ।

ସୂଚନା ଅନୁଯାୟୀ, ଏହି ଅନୁମୋଦିତ ବୀମା ଯୋଜନା ଦ୍ବାରା ପ୍ରାୟ ୨୫୦୦ ସେବକ ପରିବାର ସ୍ବାସ୍ଥ୍ୟ ବୀମା ସୁବିଧା ପାଇବେ । ଏହି ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ମିଳିବ । ପୁନଶ୍ଚ କ୍ୟାନ୍ସର୍ ଓ କିଡ଼ନୀ ପ୍ରତିରୋପଣ କ୍ଷେତ୍ରରେ ୨୫ ଜଣ ପର୍ଯ୍ୟନ୍ତ ଚିକିତ୍ସିତ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବୀମା ସୁରକ୍ଷା ଉପଲବ୍ଧ ହେବ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ସହିତ ସେବକମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ପରିକଳ୍ପେ ଏକ ପ୍ରଭାବୀ ସହଭାଗିତା ନିମନ୍ତେ ଆଶା ପୋଷଣ କରିଛି ।

Leave a comment