ଉପକୂଳ ୫ ଜିଲ୍ଲାରେ ଟ୍ରେସିଂ, ଟେଷ୍ଟିଂ, ଟ୍ରିଟମେଣ୍ଟକୁ ଗୁରୁତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛି ସ୍ଥାନରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ବେଳେ ବେଳେ ସଙ୍ଗେ ସଙ୍ଗେ ଖସି ପ୍ଲାଟୋ ଷ୍ଟେଜ କୁ ଆସେ । ବର୍ତ୍ତମାନ ହସ୍ପିଟାଲାଇଜେସନ କେସ କମ ଅଛି । ଚିନ୍ତା ବଢ଼ାଉଛି ଭୁବନେଶ୍ୱର ମୟୁରଭଞ୍ଜ । ଏହି ସ୍ଥାନରେ ସଂକ୍ରମଣ କମିବାର ନାଁ ନେଉନି । ଲୋକ ଟେଷ୍ଟ କରିବାକୁ ଆସୁଛନ୍ତି ଓ ପଜିଟିଭ ଚିହ୍ନଟ ହେଉଛନ୍ତି ।

ସଂକ୍ରମଣ ବଢ଼ୁନି କି ରୋଗୀ ଗୁରୁତର ହେଉ ନାହାନ୍ତି ଏହା ଆମ ପାଇଁ ଆଶ୍ୱସ୍ତିକର ଖବର । ଉପକୂଳ ୫ଜିଲ୍ଲାରେ ଟ୍ରେସିଂ, ଟେଷ୍ଟିଂ, ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି । ସଂକ୍ରମଣ କମୁନଥିବା ସ୍ଥାନରେ ସର୍ଭିଲେନ୍ସ ବଢ଼ାଯିବ । ଆଗକୁ ଟେଷ୍ଟିଂକୁ ମଧ୍ୟ ବଢ଼ାଯିବ । କେନ୍ଦ୍ରୀୟ ଟିମ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଆମେ ଯେଉଁ କାମ କରୁଚୁ ତାହାକୁ ତଦାରଖ କରୁଛନ୍ତି । ତୃତୀୟ ଲହର ପାଇଁ ଯେତିକି ମେଡିକାଲ ଅଛି ଯଥେଷ୍ଟ । ଆବଶ୍ୟକ ପଡିଲେ ନୂଆ ମେଡିକାଲ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Leave a comment