କୋରାପୁଟ ଯିବେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ସ୍ୱାସ୍ଥ୍ୟକ୍ଷେତ୍ରରେ ଲେଖାଯିବ ନୂଆ ଅଧ୍ୟାୟ । BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ ଗସ୍ତ କରି ହିତାଧିକାରୀଙ୍କୁ ଦେବେ ସ୍ମାର୍ଟ ସ୍ବାସ୍ଥ୍ୟସେବାର ଚାବିକାଠି । ଏହାଦ୍ବାର ଜିଲ୍ଲାର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସ୍ମାର୍ଟକାର୍ଡ ସହ କୋରାପୁଟ ଜିଲ୍ଲା ପାଇଁ ଖୋଲିବ ବିକାଶର ପେଡ଼ି । ଜିଲ୍ଲାରେ ୮ ଶହ ୬୬ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।
ସେହିପରି ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ବିକାଶରେ ଯୋଡ଼ିହେବ ସ୍ୱାସ୍ଥ୍ୟସେବାର ନୂଆ ଫର୍ଦ୍ଦ । ଆଜି ଜିଲ୍ଲାବାସୀଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସ୍ମାର୍ଟକାର୍ଡ ଦ୍ୱାରା ୩ ଲକ୍ଷ ୧୮ ହଜାର ୪୭୬ ଜଣ ହିତାଧକାରୀ ଉପକୃତ ହେବେ । ଏହାସହ ଜିଲ୍ଲାର ବିଭନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।