ଅଜୀର୍ଣ୍ଣ ସମସ୍ୟାର ଘରୋଇ ଉପଚାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଭିନ୍ନ ପ୍ରକାର ଖାଦ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଖାଇଲେ, ଖାଇବା ଅନୁସାରେ ପାଣି ନ ପିଇଲେ, ଅଜୀର୍ଣ୍ଣ ସମସ୍ୟା ଦେଖାଦେଇଥାଏ। ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣ ଅନୁସରଣ କରିପାରନ୍ତି । କେତେକ ଖାଦ୍ୟ ରହିଛି ଯାହା ଅଜୀର୍ଣ୍ଣ ସମସ୍ୟା ସୃଷ୍ଟି କରିଥାଏ। ତେବେ ସେପରି ଖାଦ୍ୟଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରଖନ୍ତୁ। ବିଶେଷଭାବରେ ଗୁରୁପାକ ଖାଦ୍ୟ, ମସଲାଯୁକ୍ତ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସେତେ ଭଲ। ଗୁରୁତ୍ୱପୂର୍ଣ୍ଣ କଥା ହେଲା,ଖାଦ୍ୟପେୟର ଟାଇମଟେବୁଲ ପ୍ରସ୍ତୁତ କରନ୍ତୁ। ଏକାଥରେ ପୁଳାଏ ଖାଦ୍ୟ ନ ଖାଇ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ଖାଦ୍ୟ ଖାଆନ୍ତୁ।

ଖାଲି ପେଟରେ ରୁହନ୍ତୁ ନାହିଁ। ଠିକ୍‌ ସମୟରେ ଯେତିକି ଖାଇବା କଥା ସେତିକି ଖାଆନ୍ତୁ। ରାତ୍ରଭୋଜନ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ଖାଦ୍ୟ ସଠିକ ଭାବରେ ହଜମ ହୋଇ ନ ଥାଏ।
ଶୋଇବାର ଅତିକମ୍‌ରେ ଦୁଇ ଘଣ୍ଟା ପୂର୍ବରୁ ରାତ୍ରଭୋଜନ ଶେଷ କରନ୍ତୁ। ଏଥିରେ ଏପରି ଖାଦ୍ୟ ଖାଆନ୍ତୁ, ଯାହା ସହଜରେ ହଜମ ହୋଇ ପାରୁଥିବ। ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଆନ୍ତୁ।

Leave a comment