ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ, ସନ୍ଧ୍ୟା ସୁଦ୍ଧା ନିଆଯିବ ନିଷ୍ପତ୍ତି: ମନ୍ତ୍ରୀ ସମୀର ଦାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲର ପ୍ରଧାନଶିକ୍ଷକ ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିବା ପରେ ନିଜ ପ୍ରତିକ୍ରିୟାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ” ବାଲେଶ୍ୱର ଡିଇଓଙ୍କୁ ଏଘଟଣାର ରିପୋର୍ଟ ମଗାଯାଇଛି । ଡିଇଓ ପ୍ରଧାନ ଶିକ୍ଷକ ଓ ବିଇଓଙ୍କ ଜରିଆରେ ତଦନ୍ତ କରୁଛନ୍ତି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ” ।
ସୂଚନା ଅନୁଯାୟୀ, ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲର ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ୮ ରୁ ୯ମାସ ହେବ ଅସଦାଚରଣ କରିଆସୁଛନ୍ତି । ସ୍କୁଲରେ ଏକୁଟିଆ ପାଇଲେ ଅଥବା ଫୋନକରି ତାଙ୍କ କଥା ମାନିବାକୁ ଦେଉଛନ୍ତି ଧମକ । ଏସମ୍ୱନ୍ଧରେ ଶିକ୍ଷୟିତ୍ରୀ ଜଣକ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ । ମାତ୍ର ବ୍ଲକ ଶିକ୍ଷାଧିକାରୀ କୌଣସି ପଦକ୍ଷପ ନେବା ବଦଳରେ ଆପୋଷ ବୁଝାମଣା କରିବାକୁ କହିଥିଲେ ।