ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ନେଲେ କୋଭାକ୍ସିନର ପ୍ରଥମ ଡୋଜ୍

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ସ୍ୱଦେଶୀ କରୋନା ଭ୍ୟାକ୍ସିନ ‘କୋଭାକ୍ସିନ’ ପରୀକ୍ଷଣରେ ଭଲେଣ୍ଟିୟର ରୂପେ ନିଜେ ଟୀକା ଲଗାଇଛନ୍ତି। କରୋନା ଦାଉରୁ ସଭିଙ୍କୁ ବଞ୍ଚାଇବା ପାଇଁ ଭାରତ ବାୟୋଟିକ୍ ଓ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର କୋଭାକ୍ସିନ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହରିୟାଣାରେ ଆଜିଠୁ ଆରମ୍ଭ ହୋଇଛି।
କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ରହିଥିବାବେଳେ ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି। ପ୍ରଥମ ଓ ଦ୍ୱିତୀୟ ପରୀକ୍ଷଣର ହ୍ୟୁମାନ ଟ୍ରାୟଲରେ ପାଖାପାଖି ହଜାରେ ଭଲେଣ୍ଟିୟର ଭାଗ ନେଇଥିଲେ। ଏହି ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଭାରତର ୨୫ଟି କେନ୍ଦ୍ରରେ ୨୬ ହଜାର ଲୋକଙ୍କ ଉପରେ କରାଯାଇଛି।
ସୂଚନାଯୋଗ୍ୟ, କୋଭାକ୍ସିନ ପରୀକ୍ଷଣର ଭଲେଣ୍ଟିୟର ରୂପେ ପ୍ରଥମ ଡୋଜ୍ ନିଜେ ନେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ପୂର୍ବରୁ ଘୋଷଣା କରିଥିଲେ।

Leave a comment