ବିଶିଷ୍ଟ ସାହିତ୍ୟିକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ପରଲୋକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ(୬୯)ଙ୍କ ପରଲୋକ ହୋଇଛି । ହରପ୍ରସାଦ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସାହିତ୍ୟ ସହ ସାମ୍ବାଦିକ ଓ ଶିକ୍ଷାବିତ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ମରଶରୀର ଘରୋଇ ହସ୍ପିଟାଲରୁ ଦୈନିକ ଖବର କାଗଜ ସଂସ୍ଥାର ଅଫିସକୁ ନିଆଯାଇଥିଲା । ଏହାପରେ ତାଙ୍କର ଘର ସାମନ୍ତରାପୁରରେ ଥିବା କେଦାରଗୌରୀ ଆପାର୍ଟମେଣ୍ଟକୁ ନିଆଯିବା ପରେ ପୁରୀରେ ଶେଷକ୍ରୁତ୍ୟ ସମ୍ପନ୍ନ କରାଯିବ । ଆଜି ଦିନ ୩ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ସୁସାହିତିକ ,ସାମ୍ବାଦିକ ଓ ଲେଖକ ଥିଲେ । ତାଙ୍କର ମୃତ୍ୟୁ ସମାଜ ପାଇଁ ଏକ ବଡ଼ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ତାଙ୍କ ପୁତୁରା ।