୫୮ ବର୍ଷରେ ବଲିଉଡର ଭାଇଜାନ

ବଲିଉଡର ଭାଇଜାନ ଅର୍ଥାତ୍ ସଲମାନ ଖାନଙ୍କୁ ଆଜି ୫୮ ବର୍ଷ ହୋଇଛି । ଅଭିନେତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ଏବଂ ସମସ୍ତ ସେଲିବ୍ରେଟିଙ୍କ ଠାରୁ ଅନେକ ଶୁଭେଚ୍ଛା ମିଳିଛି । ଏସବୁ ମଧ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ତାଙ୍କ ଫ୍ୟାନ୍ସ ତାଙ୍କ ଘର ବାହାରେ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏସବୁ ମଧ୍ୟରେ ଆଜି ସକାଳୁ ମଧ୍ୟ ଭାଇଜାନଙ୍କ ଘର ବାହାରେ ଫ୍ୟାନ୍ସ ଭିଡ ଦେଖିବା ପାଇଁ ମିଳିଛି ।
ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସଲମାନ ଖାନଙ୍କ ଘର ବାହାରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଛିନ୍ତି । ବାସ୍ତବରେ ଅନେକ ସହରର ଫ୍ୟାନ୍ସ ଆସି ଭାଇଜାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମଙ୍ଗଳବାର ରାତିରୁ ତାଙ୍କ ମୁମ୍ବାଇ ନିବାସ ବାହାରେ ଏକାଠି ହେବା ଆରମ୍ଭ କରିଛନ୍ତି । ତେବେ ଏଥିପାଇଁ ସେଠାରେ ବହୁତ ଟ୍ରାଫିକ୍ ଦେଖିବା ପାଇଁ ମିଳିଥିଲା ।