ବଢୁଛି ହଂସୁଆ ନଦୀର ପାଣି, ନଦୀକୁ ଧସିଲା ୮୦ ଫୁଟ ଲମ୍ବା ମାଟି ଅତଡା

ବିପଦରେ ରାଜନଗରବାସୀ

0

କେନ୍ଦ୍ରାପଡା ଜିଲ୍ଲାରେ କୂଳ ଲଂଘିଲା ହଂସୁଆ ନଦୀ । ରାଜନଗର ବଜାର ନିକଟରେ ୮୦ ଫୁଟ ଲମ୍ବା ମାଟି ଅତଡା ନଦୀକୁ ଧସି ପଡିଛି । ଫଳରେ ନଈ ଉପକୂଳରେ ହୋଇଥିବା ପଥର ପ୍ୟାକିଂ ସହ ନଈ ପଠା ଧସିଯାଇଛି । ରାଜନଗର ବଜାର ପ୍ରତି ବିପଦ ସୃଷ୍ଟି କରିଛି । ଯାହାକୁ ନେଇ ନଦୀ ଉପକୂଳରେ ଥିବା ପରିବାର ଓ ବ୍ୟବସାୟୀ ଭୟଭୀତ ହୋଇପଡିଛନ୍ତି ।

ପଥର ପ୍ୟାକିଂ ଧସିଥିବାରୁ ଆଗକୁ ହଂସୁଆ ନଦୀର ଜୁଆର ଜନବସତିକୁ ମାଡି ଆସିବା ଆଶଙ୍କା ରହିଛି । ନଦୀର ଜଳସ୍ତ ବଢିଲେ ପୁଣି ନଈପଠା ନଦୀ ଗର୍ଭୁ ଟାଣି ହୋଇଯିବା ସମ୍ଭାବନା ରହିଛି । ତେଣୁ ଯୁଦ୍ଧକାଳୀନ ଭିତିରେ ବ୍ୟବସ୍ଥା ଗ୍ରହଣ କରାନଗଲେ ନଦୀ ଜୁଆର ସ୍ଥଳଭାଗକୁ ମାଡି ଆସିବ ବୋଲି ଲୋକେ ଆତଙ୍କିତ ହୋଇପଡିଛନ୍ତି । ନଦୀ କୂଳେ କୂଳେ ୧୦ ବର୍ଷ ତଳେ ପଥର ପ୍ୟାକିଂ ହୋଇଥିଲା ।

Leave a comment