ସ୍ୱାମୀ ଘରେ ଲୁଚାଇ ରଖିଥିଲା ଚୋରା ବନ୍ଧୁକ ହେଲେ ପୋଲିସ୍‌କୁ କହିଦେଲା ସ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରୁ ଚୋରା ଦେଶୀ ବନ୍ଧୁକ ଜବତ ହୋଇଛି। ନୟାପଲ୍ଲୀ ବେହେରା ସାହିରୁ ଚୋରା ବନ୍ଧୁକ ଜବତ କରିଛି ପୋଲିସ। ବନ୍ଧୁକ ରଖିଥିବା ଅଭିଯୋଗରେ ବାବନ ଓରଫ ବାସୁଦେବ ସାହୁ ଗିରଫ କରାଯାଇଛି।
ନୟାପଲ୍ଲୀ ପୋଲିସ ପାଖରେ ଅଭିଯୋଗ ପରେ ରେଡ଼ କରିଥିଲା ପୋଲିସ। ପତ୍ନୀଙ୍କୁ ଧମକ, ଯୌତୁକ ନିର୍ଯ୍ୟାତନା ନେଇ ଥାନାରେ ଅଭିଯୋଗ ବି ହୋଇଥିଲା। ତେବେ କରୋନା କାଳରେ ରାଜ୍ୟରେ ନିଶା ଠାରୁ ଆରମ୍ଭ କରି ଚୋରି, ଛିନତାଇ, ଲୁଟ ଏବଂ ବନ୍ଧୁକ ବେପାର ବଢ଼ି ଚାଲିଛି। ପେଲିସ୍‌କୁ ଚ୍ୟାଲେଞ୍ଜ ଦେଉଛନ୍ତି ଅପାରଧୀ।

Leave a comment